ବିଜେପି ସାଂସଦଙ୍କ ବୋହୂଙ୍କ ଆତ୍ମହତ୍ୟା ଉଦ୍ୟମ, କିଛି ଦିନ ପୂର୍ବରୁ ପୁଅ ବି କରିଥିଲା ଆତ୍ମହତ୍ୟା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

ବିଜେପି ସାଂସଦଙ୍କ ବୋହୂଙ୍କ ଆତ୍ମହତ୍ୟା ଉଦ୍ୟମ, କିଛି ଦିନ ପୂର୍ବରୁ ପୁଅ ବି କରିଥିଲା ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ: ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବିଜେପି ସାଂସଦ କୌଶଳ କିଶୋରଙ୍କ ପାରିବାରିକ କଳି। ଉତ୍ତର ପ୍ରଦେଶର ମୋହନଲାଲଗଞ୍ଜ ଆସନରୁ ନିର୍ବାଚିତ ହୋଇଥିବା ଏହି ସାଂସଦଙ୍କ ପରିବାରରେ ଜାରି ରହିଛି ହାଇଭୋଲଟେଜ୍ ଡ୍ରାମା। ତାଙ୍କ ପାରିବାରିକ କଳି ଏବେ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

କିଛି ଦିନ ପୂର୍ବରୁ ସାସଂଦ କୌଶଳ କିଶୋରଙ୍କ ପୁଅ ଆୟୁଷ କିଶୋର ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏବେ ତାଙ୍କ ସ୍ତ୍ରୀ ଅଙ୍କିତା ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ତେବେ ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ତାଙ୍କୁ ଉଦ୍ଧାର କରି ସଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି।

ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ଅଙ୍କିତା ନିଜ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଥିଲେ। ଏଥିରେ ସେ କହିଥିଲେ, ‘ମୁଁ କାହା ସହ ଲଢ଼ି ପାରିବି ନାହିଁ। ମୋର ଶକ୍ତି ନାହିଁ। କାରଣ ତୁମ ବାପା ଜଣେ ସାଂସଦ ଏବଂ ମା’ ବିଧାୟିକା । ତେଣୁ ମୋ କଥା କେହି ଶୁଣିବ ନାହିଁ। ମୁଁ ଆଜି ଯାଏ କାହାକୁ ବି ତୁମକୁ(ଆୟୁଷ) ହାତ ଲଗାଇବାକୁ ଦେଇ ନାହିଁ। ତେବେ ମୁଁ କିଭଳି ତୁମକୁ ମାରିବାକୁ ଚେଷ୍ଟା କରିବି? ତୁମେ (ଆୟୁଷ) କେତେ ମିଛ କହୁଛ? ତୁମେ ଓ ତମ ଘର ଲୋକେ ମୋତେ ବଞ୍ଚିବା ପାଇଁ ଛାଡ଼ିଲ ନାହିଁ। ଯଦି ତୁମେ(ଆୟୁଷ) ମୋ ପାଖକୁ ଆସିବନି ତେବେ ମୁଁ ମଧ୍ୟ ରହିବିନି । ମୁଁ ସବୁ ଦିନ ପାଇଁ ତୁମକୁ ଛାଡି ଯାଉଛି। ମୁଁ ଗଲା ପରେ ତୁମେ ମୋତେ ମନେ ପକାଇବ।’

ଅଙ୍କିତା ଏହି ଭିଡିଓ ଶେଆର କରିବା ପରେ ଦୁବ୍‌ଗ୍ଗା ସ୍ଥିତ ନିଜ ଶାଶୁ ଘରକୁ ଯାଇ ପହଞ୍ଚିଥିଲେ। ସେଠାରେ ବ୍ଲେଡ୍‌ରେ ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ଅଙ୍କିତାଙ୍କୁ ଫଲୋ କରୁଥିବା ପୁଲିସ ତାଙ୍କୁ ବଞ୍ଚାଇ ଦେଇଥିଲା। ଏବେ ସେ ହସ୍ପିଟାଲରେ ଅଛନ୍ତି।

ଏହାପୂର୍ବରୁ ସାଂସଦ କୌଶଲ କିଶୋରଙ୍କ ପୁଅ ଆୟୁଷ ନିଜ ଉପରକୁ ଗୁଳି ଚଳାଇଥିଲେ। ଆଉ ଏକ ଭିଡିଓ ଜାରି କରି କହିଥିଲେ ତାଙ୍କ ସ୍ତ୍ରୀ ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛି। ତେବେ ତା’ ପୂର୍ବରୁ ଆୟୁଷ ଓ ତାଙ୍କ ପରିବାର ଲୋକଙ୍କ ନାର୍କୋ ଟେଷ୍ଟ କରାଇବାକୁ ଦାବି କରିଥିଲେ ଅଙ୍କିତା।

ଆୟୁଷଙ୍କ ନାଁରେ ରୁଜୁ ହୋଇଛି ମାମଲା

ଆୟୁଷ ମଧ୍ୟ ପୂର୍ବରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାରୁ ପୁଲିସ ଏହାକୁ ନେଇ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। ଆଉ ଜେରା ପାଇଁ ସାଂସଦଙ୍କ ପୁଅଙ୍କୁ ପୁଲିସ ସମନ କରିଥିଲା। ଏହାପରେ ରବିବାର ସେ ଥାନାରେ ପହଞ୍ଚିଥିଲେ। ପୂର୍ବରୁ କିନ୍ତୁ ଆୟୁଷ ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବା ପରେ ସେ ଥାନାରେ ହାଜର ହୋଇଥିଲେ। ତେବେ ପତ୍ନୀଙ୍କ ଅଭିଯୋଗ ପରେ ଆୟୁଷ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ବୋଲି ଆଶଙ୍କା କରାଯାଉଛି।

ଆୟୁଷଙ୍କ ପତ୍ନୀ ଅଙ୍କିତା ନିଜ ଶାଶୁ ଘରେ କିମ୍ୱା ସ୍ୱାମୀଙ୍କ ସହ ରହନ୍ତି ନାହିଁ। ଲକ୍ଷ୍ନୌ ସ୍ଥିତ ଛଠାମିଲ ଅଞ୍ଚଳରେ ରହନ୍ତି। ଅଙ୍କିତା କହିଛନ୍ତି ଯେ ଆଜି ଯାହା ବି ହେଉଛି ଏଥିପାଇଁ ସାଂସଦଙ୍କ ପରିବାର ଦାୟୀ। ଏବେ ତାଙ୍କ ପାଖରେ କୌଣସି ଉପାୟ ନାହିଁ। ତାଙ୍କୁ ବହୁତ କିଛି କଥା ଲୁଚା ଯାଉଛି ବୋଲି ସେ କହିଛନ୍ତି।

The post ବିଜେପି ସାଂସଦଙ୍କ ବୋହୂଙ୍କ ଆତ୍ମହତ୍ୟା ଉଦ୍ୟମ, କିଛି ଦିନ ପୂର୍ବରୁ ପୁଅ ବି କରିଥିଲା ଆତ୍ମହତ୍ୟା ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/38EDw1z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages