ମୁମ୍ୱାଇ: ମୁମ୍ୱାଇ ପୁଲିସର ଏପିଆଇ ସଚିନ ବାଜେ ଗିରଫ ହେବାପରେ ମହାବିକାଶ ଅଘାଡ଼ି ମେଣ୍ଟରେ କମ୍ପନ ଆରମ୍ଭ ହୋଇଛି। ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏବେ ଏହାକୁ ନେଇ ଦଳୀୟ ମନ୍ତ୍ରୀଙ୍କୁ ନେଇ ବୈଠକ ଡାକିଛନ୍ତି। ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବୋମାଭର୍ତ୍ତି କାର ରଖିବା ମାମଲାରେ ସଚିନ ବାଜେ ଗୋଟିଏ ଅଂଶ ଏଥିରେ ଅନେକ ନେତା ଏବଂ ଅଫିସର ରହିଛନ୍ତି। ଏନଆଇଏ ତଦନ୍ତ ବେଳେ ଏହା ଜାଣିବାକୁ ପାଇଛି। ବିରୋଧୀ ବିଜେପି ଏହାକୁ ନେଇ ଶାସକ ଦଳ ଉପରେ ବର୍ଷିଛି। ଏନଆଇଏ ଆଗାମୀ ଦିନରେ ମୁମ୍ୱାଇ ପୁଲିସ, ନେତା ଅଫିସରଙ୍କୁ ଏହି ମାମଲାରେ ଜେରା କରିପାରେ।
ସଚିନ ୧୭ ବର୍ଷ ତଳେ ଚାକିରିରୁ ନିଲମ୍ୱିତ ହେବା ପରେ ଶିବସେନାରେ ସାମିଲ୍ ହୋଇଥିଲେ। ଚାକିରିରେ ପୁନଃ ଅବସ୍ଥାପିତ ହେବା ପୂର୍ବରୁ ସଚିନ ଉଦ୍ଧବଙ୍କ ନିକଟତମ ବ୍ୟକ୍ତି ମଧ୍ୟ ଥିଲେ। କୋଭିଡ ବେଳେ ପୁଲିସ ଆବଶ୍ୟକ କହି ସରକାର ସଚିନ ବାଜେଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରିଛନ୍ତି। ଏହା ହାଇକୋର୍ଟଙ୍କ ଆଦେଶକୁ ଅବମାନନା ବୋଲି ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ କହିଥିଲେ।
ଏବେ ବିଜେପି ନେତା ରାମ କଦମ ମଧ୍ୟ ସଚିନ ବାଜେଙ୍କର ନାର୍କୋ ଟେଷ୍ଟ କରିବାକୁ ଦାବି କରିଛନ୍ତି। ସେହିପରି କାର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ସହିତ ଏହି ମାମଲା ଯୋଡ଼ି ହୋଇଥିବାରୁ ଏନଆଇଏ ମୁମ୍ୱାଇ କ୍ରାଇମବ୍ରାଞ୍ଚ ପାଖରୁ ଏହି ମାମଲା ନେଇପାରେ। ମନସୁଖଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ପୁଲିସ କହିଛି ହେଲେ ପରିବାର ଲୋକ ଏବଂ ବିଜେପି ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସଚିନ ବାଜେ ହିଁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।
ଅନ୍ୟପଟେ ସଚିନ ବାଜେଙ୍କ ନିର୍ଦ୍ଦେଶରେ ଅମ୍ୱାନୀଙ୍କ ଘର ଆଗରେ ବୋମାଭର୍ତ୍ତି ଗାଡ଼ି ରଖାଯାଇଥିବା ଜଣାପଡ଼ିଛି। ଏମିତିକି ମୁମ୍ୱାଇ ପୁଲିସ ସେହି ସମୟରେ ଏସକର୍ଟ ବା ସୁରକ୍ଷା ଯୋଗାଇଥିବା ଜଣାପଡ଼ିଛି। ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ରହିଛନ୍ତି। ସେ ଏନସିପିର ବିଧାୟକ। ତେଣୁ ଆଗାମୀ ଦିନରେ ଆଇନ ଶୃଙ୍ଖଳା ନେଇ ଏନସିପି ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇପାରେ।
ହେଲେ ଶିବସେନା ନେତା ସଞ୍ଜୟ ରାଉତ ସଚିନ ବାଜେଙ୍କୁ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ବୋଲି କହିଛନ୍ତି। କେନ୍ଦ୍ର ଅଧୀନରେ ଏନଆଇଏ ରହିଛି। ତେଣୁ ଉଦ୍ଦେଶ୍ୟ ରଖି ଏଭଳି ଷଡ଼ଯନ୍ତ୍ର କରାଯାଉଛି ବୋଲି ଶିବସେନା କହିଛି।
The post ସଚିନ ବାଜେ ଗିରଫ ପରେ ରାଜନୀତିକ ହଟଚମ appeared first on Odisha Reporter.
from Odisha Reporter https://ift.tt/3vxtnxR
No comments:
Post a Comment