କୋଲକାତା: ଆହତ ହେବା ପରେ ଆକ୍ସନ ମୋଡରେ ଦିଦି। ପୁଣିଥରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମମତା। ହ୍ୱିଲଚେଆରରେ ବସି କରିବେ ପଦଯାତ୍ରା। ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ପଥମ ଥର ପାଇଁ ଆଜି ସାର୍ବଜନୀନ ରୂପେ ସାମ୍ନାକୁ ଆସିବେ। ସେ ଆଜି ହ୍ୱିଲଚେଆରରେ ବସି ଦକ୍ଷିଣ କୋଲକାତାର ମୟ ରୋଡ ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତିରୁ ନିଜ ପଦଯାତ୍ରା ଆରମ୍ଭ କରିବେ। ଏହାପରେ ସେ ମାର୍ଚ୍ଚ ୧୫ରୁ ଜନସଭା ଆରମ୍ଭ କରିବେ। ମାର୍ଚ୍ଚ ୧୫ରେ ପୁରୁଲିଆ , ୧୬ରେ ବାଙ୍କୁରା, ୧୭ରେ ଝାରଗ୍ରାମରେ ରାଲି କରିବେ ମମତା।
ସେପଟେ ଦଳ ନିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି। ଆଜି ନିର୍ବଚନୀ ଇସ୍ତାହାର ଜାରି କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ପୂର୍ବରୁ ଆଜି ପଶ୍ଚିମବଙ୍ଗରେ ଟିଏମ୍ସି ଘୋଷଣାପତ୍ର ଜାରି କରିବାର ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି। ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଆଜି ସେ ଖଡଗପୁରରେ ରୋଡ ଶୋ’ କରିବେ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ମାମଲାକୁ ନେଇ ବିଶେଷ ପର୍ଯ୍ୟବେକ୍ଷକ ଟିମ୍ ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଦୁର୍ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି। ରାଲି ବେଳେ ସେ କଡା ସୁରକ୍ଷା ଭିତରେ ଥିଲେ ତାଙ୍କ ଉପରେ କୌଣସି ଆକ୍ରମଣ ହୋଇନାହିଁ ବୋଲି ପର୍ଯ୍ୟବେକ୍ଷକ ଟିମ୍ ସୂଚନା ଦେଇଛି।
The post ହ୍ୱିଲଚେଆରରେ ବସି ପ୍ରଚାରକୁ ଓହ୍ଲାଇବେ ଦିଦି appeared first on Odisha Reporter.
from Odisha Reporter https://ift.tt/3qImXYL
No comments:
Post a Comment