’ସନାତନ ଧର୍ମର ମୁଖ୍ୟ ପୀଠ ଶ୍ରୀକ୍ଷେତ୍ର ହେଉ ବିଶ୍ୱସ୍ତରୀୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

’ସନାତନ ଧର୍ମର ମୁଖ୍ୟ ପୀଠ ଶ୍ରୀକ୍ଷେତ୍ର ହେଉ ବିଶ୍ୱସ୍ତରୀୟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନାତନ ଧର୍ମର ମୁଖ୍ୟ ପୀଠ ଶ୍ରୀକ୍ଷେତ୍ର ହେଉ ବିଶ୍ୱସ୍ତରୀୟ। ଏହି ପୀଠର ଉନ୍ନତିରେ ଭାଗିଦାର ହୁଅନ୍ତୁ ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆ। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ବିକାଶ ଏବଂ ଉନ୍ନତି ଲାଗି ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା ବେଳେ ଏପରି ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ଆମେରିକା, ସ୍ୱେଡେନ, ଜାପାନ, ମିଆଁମାର, ଚୀନ, ବାହାରିନ୍‌ ଭଳି ୩୫ ଦେଶର ଓଡ଼ିଆମାନେ ସାମିଲ ହୋଇ ନିଜର ମତ ରଖିଥିଲେ।

ସେହିପରି ଶ୍ରୀମନ୍ଦିର ଉନ୍ନତିକରଣର ପାଇଁ ସହଯୋଗୀ ହେବାକୁ ପ୍ରତିଶ୍ରୁତି ଦେଇଥିବାରୁ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ପାଖରେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସରକାର କିମ୍ବା ବ୍ୟବସ୍ଥା ନୁହେଁ ବରଂ ଓଡ଼ିଆ ଲୋକମାନଙ୍କ ସହଯୋଗରେ ଶ୍ରୀମନ୍ଦିର ତିଆରି ହୋଇଥିଲା। ବିଶେଷ ଭାବରେ ଗଜପତି ମହାରାଜଙ୍କ ମାର୍ଗଦର୍ଶନରେ ଗରିବ ଲୋକମାନେ ଶ୍ରୀମନ୍ଦିରର ବିକାଶ ପାଇଁ ଶ୍ରମଦାନ କରିବା ସହ ଆର୍ଥିକ ସମ୍ପନ୍ନ ଲୋକମାନେ ଶ୍ରୀମନ୍ଦିର ବିକାଶ ପାଇଁ ଆର୍ଥିକ ସହଯୋଗ କରିବାକୁ ମତପ୍ରକାଶ ପାଇଛି।

ଶ୍ରୀମନ୍ଦିରର ଉନ୍ନତି ପାଇଁ ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ସମାଜ ବିଶେଷ ଭାବରେ ସାଢେ ଚାରି କୋଟି ଓଡ଼ିଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବାର ସୁଯୋଗ ପାଇପାରିବେ। ଏହାସହ ପୁରୀ ଶ୍ରୀମନ୍ଦିରରେ ସ୍ୱଚ୍ଛତାକୁ ମହତ୍ତ୍ୱ ଦିଆଗଲେ ଶ୍ରଦ୍ଧାଳୁମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।

ଶ୍ରୀମନ୍ଦିର ବିକାଶ ପାଇଁ ବିଶାଳ ସମର୍ପଣ ନିଧି ସଂଗ୍ରହକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନରେ ପରିଣତ କରିବାକୁ ଗଜପତି ମହାରାଜଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଗଜପତି ମହାରାଜା ଏହି ଚିଠିର ଉତ୍ତର ଦେଇ ମୂଲ୍ୟବାନ ପରାମର୍ଶ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।

The post ’ସନାତନ ଧର୍ମର ମୁଖ୍ୟ ପୀଠ ଶ୍ରୀକ୍ଷେତ୍ର ହେଉ ବିଶ୍ୱସ୍ତରୀୟ’ appeared first on Odisha Reporter.



from Odisha Reporter https://ift.tt/2Q7hSgl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages