୧୫ ମାର୍ଚ୍ଚ ସୋମବାର; ବ୍ୟବସାୟରେ ଆଶାରୁ ଅଧିକ ଲାଭ ମିଳିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

୧୫ ମାର୍ଚ୍ଚ ସୋମବାର; ବ୍ୟବସାୟରେ ଆଶାରୁ ଅଧିକ ଲାଭ ମିଳିପାରେ

ମେଷ: ଦୁଃସମ୍ବାଦ ପାଇ ମାନସିକ ଅଶାନ୍ତି ପାଇବେ। କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇ ପାରେ। ଆକସ୍ମିକ ଧନ ହାନୀ ହୋଇପାରେ। ମହିଳା ଓ ଛାତ୍ରଛାତ୍ରୀଙ୍କ ମନ ବିଚଳିତ ରହିବ।

ପ୍ରତିକାର- ନାଲି ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ: ଚାକିରି କ୍ଷେତ୍ରରେ ଉନ୍ନତି ଓ ସମସ୍ତ ଦିଗରୁ ଅର୍ଥ ଆଗମନର ଯୋଗ ରହିଛି। ବ୍ୟବସାୟରେ ଆଶାରୁ ଅଧିକ ଲାଭ ମିଳିବ।ଗୃହିଣୀ ଓ ଛାତ୍ରଛାତ୍ରୀମାନେ ଶାନ୍ତିରେ ଦିନ ଅତିବାହିତ କରିବେ।

ପ୍ରତିକାର- ଗୋ ମାତାଙ୍କ ସେବା କରନ୍ତୁ।

ମିଥୁନ: ଅବରୋଧ ହୋଇ ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶତ୍ରୁ ଉପରେ ବିଜୟ ଲାଭ ପାଇବେ। ଦୈନିକ ରୋଜଗାରରେ ଲାଭବାନ ହେବେ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

ପ୍ରତିକାର- ଶ୍ୱେତ ଶୁଦ୍ଧ ଚନ୍ଦନ ମଥାରେ ଲଗାନ୍ତୁ।

କର୍କଟ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ଭଲ ହେବ। ମହିଳାମାନେ ଶାରୀରିକ ସୁସ୍ଥତା ଅନୁଭବ କରିବେ।

ପ୍ରତିକାର- ଶିବଲିଙ୍ଗ ଦର୍ଶନ କରନ୍ତୁ।

ସିଂହ: ଅନାବଶ୍ୟକ ପରିଶ୍ରମ ଦ୍ୱାରା ଚିନ୍ତିତ ରହିବେ। ଜଗି ରଖି ଯାନବାହନ ଚଳାଚଳ କରନ୍ତୁ ଶରୀରରେ ଆଘାତ ଲାଗିପାରେ। ମହିଳାମାନେ ରୋଷେଇ କାର୍ଯ୍ୟ କଲାବେଳେ ସତର୍କ ରୁହନ୍ତୁ।

ପ୍ରତିକାର- ସାକାଳେ ସୂର୍ଯ୍ୟଙ୍କୁ  ଅର୍ଘ ପ୍ରଦାନ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ଆନନ୍ଦ ପାଇବେ। କୌଣସି କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦରେ ଦିନଟିକୁ କାଟିବେ।

ପ୍ରତିକାର- ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।

ତୁଳା: ଆଜି ବିଭିନ୍ନ ଦିଗରୁ ସଫଳତା ପାଇବେ। ସେଥିପାଇଁ ଆଜି ଦିନର ସଦ୍‌ପପଯୋଗ କରନ୍ତୁ। ଭୂମି, ଭବନ କିମ୍ବା ବାହନ ଆଦିର ସୁଖ ପ୍ରାପ୍ତ ହେବ। ମହିଳାମାନେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ପ୍ରତିକାର- ଲକ୍ଷ୍ମୀ ନାରାୟଣଙ୍କୁ ଆରାଧନା କରନ୍ତୁ।

ବିଛା: ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ବିଶେଷ କରି ଶ୍ୱାସ ଜନିତ ପିଡା ଅନୁଭବ କରିପାରନ୍ତି। ତେଣ ସତର୍କ ରୁହନ୍ତୁ।ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେଇଯିବେ। ବ୍ୟବସାୟରୁ ଲାଭ ଠିକ ପାଇବେ।

ପ୍ରତିକାର- ଶ୍ରୀହନୁମାନଙ୍କ ଚାଳିଶା ପାଠ କରନ୍ତୁ।

ଧନୁ: ବିଭିନ୍ନ କାରଣରୁ ମନରେ ଅଶାନ୍ତି ଦେଖାଦେଇପାରେ। କର୍ମକ୍ଷେତ୍ରରେ କିନ୍ତୁ ଫଳ ପାଇବେ। ଶରୀର ଅସୁସ୍ଥ ହୋଇପାରେ। ନିଜର ଦିନଚର୍ଯ୍ୟା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ପ୍ରତିକାର- ଶୁଦ୍ଧ କେଶର ତିଳକ ମଥାରେ କରନ୍ତୁ କିମ୍ବା ହଳଦି ଖଣ୍ଡଟିଏ ଦିନମାନ ପାଖରେ ରଖନ୍ତୁ।

ମକର: ସାମାଜିକ ମାନସମ୍ମାନ ମିଳିବ। ବିଶେଷ କରି ରାଜନିତୀ କ୍ଷେତ୍ରରେ ସଫଳତା ପାଇବେ। ହଜିଯାଇଥିବା ଜିନିଷ ହଠାତ ମିଳିଯାଇପାରେ। ଗୃହିଣୀ ଓ ଛାତ୍ରଛାତ୍ରୀମାନେ ଖୁସିରେ ଦିନ କାଟିବେ।

ପ୍ରତିକାର- ମାଦକ୍ଷୀଣ କାଳୀଙ୍କୁ ଦର୍ଶନ କରନ୍ତୁ।

କୁମ୍ଭ: କର୍ମ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତିହେବ।  ଆକସ୍ମିକ ଧନ ଲାଭ ହୋଇପାରେ। ପାରିବାରିକ ଚିନ୍ତା ଲାଗିପାରେ। ଗୃହିଣୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ।

ପ୍ରତିକାର- ଗୋମାତାଙ୍କ ସେବା କରନ୍ତୁ।

ମୀନ: କର୍ମ କ୍ଷେତ୍ରରେ ଉନ୍ନତି ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଦୂରସ୍ଥାନ ଭ୍ରମଣ କରି ପାରନ୍ତି।

ପ୍ରତିକାର- ହଳଦିଆ ରଙ୍ଗର ବସ୍ତ୍ର କିମ୍ବା ରୁମାଲ ବ୍ୟବହାର କରନ୍ତୁ।

The post ୧୫ ମାର୍ଚ୍ଚ ସୋମବାର; ବ୍ୟବସାୟରେ ଆଶାରୁ ଅଧିକ ଲାଭ ମିଳିପାରେ appeared first on Odisha Reporter.



from Odisha Reporter https://ift.tt/2OX6d2L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages