ମିତାଲୀଙ୍କ ଆଉ ଏକ ବିଶ୍ୱ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ମିତାଲୀଙ୍କ ଆଉ ଏକ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ମିତାଲୀ ରାଜ ଦିନିକିଆ କ୍ରିକେଟରେ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ମିତାଲୀ ଦୁନିଆର ପ୍ରଥମ ମହିଳା କ୍ରିକେଟର୍ ଭାବେ ଦିନିକିଆରେ ୭ହଜାର ରନ୍ ପୂରଣ କରିଛନ୍ତି। ଭାରତର ଏହି ଅଭିଜ୍ଞ କ୍ରିକେଟର୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆରେ ନିଜର ୪୫ ରନର ଇନିଂସ୍ ଖେଳି ଏହି ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି।

୩୮ ବର୍ଷୀୟା ମିତାଲୀ ଏବେ ୨୧୩ ଦିନିକିଆରେ ୧୯୨ ଇନିଂସରେ ୭୦୧୯ ରନ୍ କରିଛନ୍ତି। ସେ ୫୦.୪୯ ହାରରେ ୭ ଶତକ ଓ ୫୪ ଅର୍ଦ୍ଧଶତକ ମାରିଛନ୍ତି। ରାଜସ୍ଥାନରେ ଜନ୍ମିତ ଏହି କ୍ରିକେଟରଙ୍କ ସର୍ବାଧିକ ସ୍କୋର ଅପରାଜିତ ୧୨୫ ରନ୍ ରହିଛି। ଦିନକ ତଳେ ମିତାଲୀ ବିଶ୍ୱର ଦ୍ୱିତୀୟ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ହଜାର ରନ୍ ପୂରଣ କରିଥିଲେ। ତାଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡ୍ସ ପ୍ରଥମ କ୍ରିକେଟର୍ ଭାବେ ୧୦ହଜାର ରନ୍ କରିଥିଲେ।

ଏଡୱାର୍ଡ୍ସ ମଧ୍ୟ ଦିନିକିଆରେ ଦ୍ୱିତୀୟ ସର୍ବାଧିକ ସ୍କୋରର। ସେ ୧୮୦ ଇନିଂସରେ ୫୯୯୨ ରନ୍ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ବେଲିନ୍ଦା କ୍ଲାର୍କ ଓ କାରେନ୍ ରୋଲଟନ୍ ମଧ୍ୟ ଏହି ତାଲିକାରେ ରହିଛନ୍ତି। ୱେଷ୍ଟଇଣ୍ଡିଜର ହାର୍ଡ ହିଟର୍ ଷ୍ଟେଫାନୀ ଟେଲର୍ ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଟେଲର୍ ୧୨୩ ଇନିଂସରେ ୪୭୫୪ ରନ୍ କରିଛନ୍ତି, ଯିଏ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଛନ୍ତି। ତେବେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା କ୍ରିକେଟର୍ ସନ୍ନ୍ୟାସ ନେଇସାରିଛନ୍ତି।

ମିତାଲୀଙ୍କ ବିଶ୍ୱ ରେକର୍ଡ ସତ୍ତ୍ୱେ ଭାରତ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ୭ ୱିକେଟରେ ପରାସ୍ତ ହୋଇଛି। ଉକ୍ତ ମ୍ୟାଚରେ ପୁନମ ରାଉତଙ୍କ ଶତକ ଓ ହରମନପ୍ରୀତ କୌରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୫୦ ଓଭରରେ ୪ ୱିକେଟ୍ ହରାଇ ୨୬୬ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୮.୪ ଓଭରରେ ୩ ୱିକେଟ୍ ହରାଇ ୨୬୯ ରନ୍ କରି ବିଜୟୀ ହୋଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ କବଜା କରିନେଇଛି।

ମ୍ୟାଚରେ ଭାରତ ପକ୍ଷରୁ ପୁନମ ସର୍ବାଧିକ ୧୦୪ (୧୨୩ ବଲ୍, ୧୦ ଚୌକା), ହରମନପ୍ରୀତ ୫୪ (୩୫ ବଲ୍ ୭ ଚୌକା, ୧ ଛକା), ମିତାଲୀ ୪୫, ପ୍ରିୟା ପୁନିଆ ୩୨ ଓ ସ୍ମୃତି ମନ୍ଧାନା ୧୦ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ଲିଜେଲ୍ ଲି’ ପୁଣିଥରେ ଦମଦାର ବ୍ୟାଟିଂ କରି ୬୯ ରନର ଇନିଂସ୍ ଖେଳିଛନ୍ତି। ସେହିପରି କ୍ୟାପଟେନ୍ ଲୌରା ଉଲଭାର୍ଟ ୫୩, ମିଗନନ୍ ଡୁପ୍ରୀଜ ୬୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଲାରା ଗୁଡଅଲ୍ ୫୯ ଓ ମାରିଜେନ୍ କାପ୍ ୨୨ ରନ୍ କରି ଅପରାଜିତ ଥିଲେ।

The post ମିତାଲୀଙ୍କ ଆଉ ଏକ ବିଶ୍ୱ ରେକର୍ଡ appeared first on Odisha Reporter.



from Odisha Reporter https://ift.tt/3rLpFhF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages