ପରଲୋକରେ ଭାରତର ୨୬ ତମ ଧନୀ ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ପରଲୋକରେ ଭାରତର ୨୬ ତମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ପରଲୋକରେ ମୁଥୁଟ୍ ଗ୍ରୁପର ଚେୟାରମ୍ୟାନ୍ ଏମ୍.ଜି ଜର୍ଜ ମୁଥୁଟ୍। ଶୁକ୍ରବାର ଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଜର୍ଜ ମୁଥୁଟ୍ ୨ ମାର୍ଚ୍ଚ ୧୯୪୯ ରେ ଜନ୍ମ ଗ୍ରହଣ କରିଥିଲେ। ଘରେ ଶିଡ଼ିରୁ ଖସି ପଡ଼ିବା ପରେ ସେ ଦିଲ୍ଲୀ ସ୍ଥିତ ଏସକୋର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ସଂଧ୍ୟା ୬.୫୮ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ରହିଛି। ମୁଥୁଟଙ୍କ ପତ୍ନୀ ସାରା ଜର୍ଜ ଏବଂ ଦୁଇ ପୁଅ ରହିଛନ୍ତି।

ଏମଜି ଜର୍ଜ ମୁଥୁଟଙ୍କ ନେତୃତ୍ୱରେ ମୁଥୁଟ୍ ଗ୍ରୁପ ସେ ଗଢ଼ିଥିଲେ। ଯେଉଁଥିରେ ପ୍ରମୁଖ କମ୍ପାନୀ ମୁଥୁଟ୍ ଫାଇନାନ୍ସ ଲିମିଟେଡ ଓ ସହଯୋଗୀ କମ୍ପାନୀ ଏନବିଏଫସି ରହିଥିଲା। ଏହି ଦୁଇ କମ୍ପାନୀ ସୁନା ବ୍ୟବସାୟରେ ଲିପ୍ତ ରହିଛି। ଯାହାକି ମୁଥୁଟକୁ ଭାରତର ଏକ ଅଗ୍ରଣୀ କମ୍ପାନୀର ପରିଚୟ ଦେଇଛି। ସାରା ଦେଶରେ ଏବେ ମୁଥୁଟ୍ ଗ୍ରୁପରେ ୫,୫୦୦ରୁ ଅଧିକ ଶାଖା ଥିବା ବେଳେ ୨୦ରୁ ଅଧିକ ବିଭିନ୍ନ ବ୍ୟବସାୟ ବିସ୍ତାର କରିଛି।

କେରଳରେ ଜନ୍ମିତ ଏହି ବ୍ୟବସାୟୀ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ। ଏହାପରେ ହାବାର୍ଡ ବିଶ୍ୱ ବିଦ୍ୟାଳୟରେ ପଢ଼ିଥିଲେ। ସେ ଅଳ୍ପ ବୟସରେ ପାରିବାରିକ ବ୍ୟବସାୟ ମୁଥୁଟ୍ ଗ୍ରୁପ୍ ରେ ଯୋଗ ଦେଇଥିଲେ ଏବଂ ୧୯୭୯ରେ ଏହାର ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ୧୯୯୩ରେ, ସେ ମୁଥୁଟର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ।

ଜର୍ଜ ମୁଥୁଟଙ୍କୁ ମଧ୍ୟ ୨୦୨୦ରେ ୨୬ ତମ ଧନୀ ଭାରତୀୟ ଘୋଷିତ କରାଯାଇଥିଲା। ଫୋର୍ବସ୍ ଏସିଆ ପତ୍ରିକା ଅନୁଯାୟୀ ସେ ସବୁଠାରୁ ଧନୀ ମାଲାୟାଲୀ ଭାରତୀୟ ଥିଲେ। ମୁଥୁଟ୍ ଦୀର୍ଘ ଦିନ ଧରି ଦିଲ୍ଲୀରେ ରହୁଥିଲେ। ତେବେ ୨୦ରୁ ଅଧିକ ବ୍ୟବସାୟ କ୍ଷେତ୍ରରେ କାମ କରୁଥିବା ତାଙ୍କ କମ୍ପାନୀର ମୁଖ୍ୟ ଅଫିସ କୋଚିରେ ରହିଛି। ମୁଥୁଟ୍ ଗ୍ରୁପ ସିକ୍ୟୁରିଟି, ରିଏଲ୍ ଇଷ୍ଟେଟ୍ ଠାରୁ ଇନଫ୍ରାଷ୍ଟକଚର, ଡାକ୍ତରଖାନା, ହସ୍ପିଟାଲିଟି ଏବଂ ଶିକ୍ଷା ସହିତ ସୁନା ବ୍ୟବସାୟରେ ସାରା ଦେଶରେ କାମ କରୁଛି।

The post ପରଲୋକରେ ଭାରତର ୨୬ ତମ ଧନୀ ବ୍ୟକ୍ତି appeared first on Odisha Reporter.



from Odisha Reporter https://ift.tt/3c4z9hs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages