ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ରାଜଧାନୀ ହେଉଛି ନୂଆଦିଲ୍ଲୀ। ଏଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ହେଉଛି ଦିଲ୍ଲୀ। ସ୍ୱିସ୍ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୱାଲିଟି ରିପୋର୍ଟ-୨୦୨୦ରେ ଏନେଇ ଉଲ୍ଲେଖ ରହିଛି। ସେଥିମଧ୍ୟରୁ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୩୦ଟି ସହର ମଧ୍ୟରେ ଭାରତର ୨୨ଟି ସହର ରହିଛି।
ୱାର୍ଲ୍ଡ କ୍ୟାପିଟାଲା ସିଟି ରାଙ୍କିଙ୍ଗରେ ଦିଲ୍ଲୀ ସବୁଠୁ ଉପରେ ରହିଛି। ଏହାପରେ ଢ଼ାକା ଏବଂ ଉଲାନବଟାର ରହିଛି। ରିପୋର୍ଟ ଅନୁଯାୟୀ ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ୧୫ ପ୍ରତିଶତ ସୁଧାର ଆସିଛି। ଏହା ସତ୍ତ୍ୱେ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହର ତାଲିକାର ୧୦ ସ୍ଥାନରେ ରହିଛି। ଏଥିସହ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀର ମାନ୍ୟତାକୁ ମଧ୍ୟ ବଜାୟ ରଖିଛି। ଗୁଣବତ୍ତାରେ ସୁଧାର ଆସିଥିଲେ ମଧ୍ୟ ଭାରତରେ ବାୟୁ ପ୍ରଦୂଷଣ ସ୍ଥିତି ବିପଦଜନକ ରହିଥିବା ରିପୋର୍ଟରେ କୁହାଯାଇଛି।
ଭାରତର ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ ହେଉଛି ପରିବହନ, ରନ୍ଧନ ପାଇଁ ବ୍ୟବହାର ହେଉଥିବା ଜାଳେଣି, ଶିଳ୍ପ, ନିର୍ମାଣ, ବର୍ଜ୍ୟବସ୍ତୁ ଜାଳିବା ଏବଂ ସମୟ ସମୟରେ ନଡା ଜଳାଇବା ଆଦି ସାମିଲ ରହିଛି। ଦିଲ୍ଲୀରେ ୨୦ରୁ ୩୦ ପ୍ରତିଶତ ବାୟୁ ପ୍ରଦୂଷଣ ପଞ୍ଜାବରେ ନଡ଼ା ଜଳିବା କାରଣରୁ ହୋଇଥାଏ ବୋଲି ଆକଳନ କରାଯାଉଛି।
ସେପଟେ ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ ଦେଶ ମଧ୍ୟରେ ବାଙ୍ଗଲାଦେଶ, ଚୀନ, ପାକିସ୍ତାନ ଏବଂ ଭାରତ ରହିଛି। ଦେଶ ରାଙ୍କିଙ୍ଗରେ ବାଙ୍ଗଲାଦେଶର ସ୍ଥିତି ସବୁଠାରୁ ଖରାପ ରହିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ଏବଂ ତୃତୀୟ ସ୍ଥାନରେ ଭାରତ ରହିଛି।
The post ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ appeared first on Odisha Reporter.
from Odisha Reporter https://ift.tt/2OIBFlN
No comments:
Post a Comment