ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କୋଭିଡ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କୋଭିଡ ଟିକା

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କୋଭିଡ ଟିକା । ଆଜି ଲୋକନାଥରୋଡ ପ୍ରତିହାରୀ ନିଯୋଗର ବୈଠକ ଗୃହରେ ସେବାୟତଙ୍କୁ ଦିଆଯିବ ଟିକା।  ଦିନ ୧୦ଟାରେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ ଉପସ୍ଥିତରେ ଆରମ୍ଭ କରାଯିବ।

ପ୍ରତିଦିନ ପ୍ରାୟ ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯିବାର ଯୋଜନା ରହିଛି।  ୬୦ ବର୍ଷରୁ ଉର୍ଦ୍ଧ୍ୱ ସେବାୟତ ଏବଂ ଯେଉଁମାନଙ୍କର ଡାଇବେଟିସ, ଉଚ୍ଚ ରକ୍ତଚାପ, କ୍ୟାନସର ଆଦି ଥିବା ସହ ବୟସ ୪୫ରୁ ଅଧିକ ସେମାନେ ମଧ୍ୟ ରୋଗ ସମ୍ବନ୍ଧରେ ସୂଚନା ଦେଇ ଟିକା ନେଇପାରିବେ।  ପ୍ରତିଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଏହି ଟିକାକରଣ କର୍ଯ୍ୟକ୍ରମ ଚାଲିବ।  କେବଳ ପୁରୁଷ ସେବାୟତଙ୍କୁ ଏହି ସୁବିଧା ଉପଲବ୍ଧ କରାଯିବ ।

The post ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କୋଭିଡ ଟିକା appeared first on Odisha Reporter.



from Odisha Reporter https://ift.tt/3rZeiTw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages