ଅହମ୍ମଦାବାଦ: ଇଂଲିଶ ଟିମ୍ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଛନ୍ତି ଇଶାନ କିଶନ। ପ୍ରଥମ ମ୍ୟାଚରେ ସେ ଧୂଆଁଧାର ବ୍ୟାଟିଂ କରି ଟିମ୍ ଇଣ୍ଡିଆକୁ ସିରିଜରେ କମ୍ବ୍ୟାକ କରାଇଛନ୍ତି। ଏବେ ଏହି ବାମହାତୀ ଓପନରଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ ସେ ଯାହା କହିଥିଲେ, ତାହା ଉପସ୍ଥିତ ଦର୍ଶକଙ୍କ ଦିଲ୍ ଜିତି ଯାଇଥିଲା।
ମୋଟ୍ ୩୨ଟି ବଲ୍ ଖେଳି ୫୬ ରନ୍ କରିଥିବା ଏହି ବାମହାତୀ ଓପନର ଇଂଲଣ୍ଡ ବିପକ୍ଷରେ ୫ଟି ଛକା ଏବଂ ୪ଟି ଚୌକା ମାରି ନିଜର ଦମ୍ ଦେଖାଇଛନ୍ତି। ବୟସ ୨୨ ହୋଇଥିଲେ ମଧ୍ୟ ସେ ଫିଲ୍ଡରେ କେତେ କନଫିଡେନ୍ସ ତାହା ପ୍ରମାଣିତ କରି ଦେଖାଇଛନ୍ତି। ଯାହାକି ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ସହଜ ବିଜୟୀ ଦେଇଛି। ଆଉ ମ୍ୟାନ୍ ଅଫ୍ ଦି ମ୍ୟାଚ ମଧ୍ୟ ପାଇଛନ୍ତି।
ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନରେ ଇଶନ କିଶନ କହିଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କ କୋଚଙ୍କ ବାପାଙ୍କର ସ୍ୱର୍ଗବାସ ହୋଇଥିଲା। ଏହି ମ୍ୟାନ୍ ଅଫ୍ ଦ ମ୍ୟାଚ ତାଙ୍କୁ ଉତ୍ସର୍ଗୀକୃତ କରୁଛନ୍ତି ବୋଲି ସେ କହିଥିଲେ। ଏଥିସହ ତାଙ୍କୁ କ୍ରିକେଟ ଶିଖାଇଥିବା ସମସ୍ତ କୋଚକୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ‘ମୁଁ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲି କାରଣ କୋଚ କହିଥିଲେ, ମୋ ବାପାଙ୍କ ପାଇଁ ଅତି କମରେ ଅର୍ଦ୍ଧ ଶତକ ଆବଶ୍ୟକ। ସେଥିପାଇଁ ମୁଁ ଏହି ପୁରସ୍କାର ତାଙ୍କୁ ଉତ୍ସର୍ଗ କରୁଛି।”
କିଶନ ଭାରତ ପାଇଁ ଡେବ୍ୟୁ ବାବଦରେ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି, ଏହା ତାଙ୍କ ପାଇଁ ଏକ ବିଶେଷ ଅନୁଭବ। ଇଂଲଣ୍ଡ ବିପକ୍ଷ ପ୍ରଦର୍ଶନ ପାଇଁ ମୁଁ ନିଜକୁ ବହୁତ ଖୁସି ଅନୁଭବ କରୁଛି। ଏଥିପାଇଁ ମୁଁ ସମସ୍ତ କୋଚ୍, ସିନିୟର ଓ ସହଯୋଗୀଙ୍କୁ ଧନ୍ୟବାଦ ଦେଉଛି। କ୍ରିକେଟକୁ ନେଇ ଯାହା ବି ପ୍ରତିଭା ରହିଛି ତାକୁ ଦେଖାଇବାର ସମୟ ଆସିଛି। ଏହି ଭଳି ଇନିଂସକୁ ଅପେକ୍ଷା କରିଥିଲେ ବୋଲି ପୁରଷ୍କାର ନେବା ସମୟରେ କହିଛନ୍ତି ଇଶାନ।
ଅଧିନାୟକ ବିରାଟ କୋହଲିଙ୍କ ବାବଦରେ କିଶାନ କହିଛନ୍ତି ଯେ ଆଜିର ଏହି ମ୍ୟାଚ ଅଧିନାୟକ କୋହଲିଙ୍କ ମନ ଜିଣିବ ବୋଲି ଆଶା ରଖୁଛି। ଏହା ମୋ ପାଇଁ ଗର୍ବର ବିଷୟ। କାରଣ ମୁଁ ତାଙ୍କୁ କେବଳ ଟିଭିରେ ଦେଖିଥିଲି। ଏବେ ପଡ଼ିଆରେ ତାଙ୍କର ଖେଳୁଆଡ ମନୋଭାବ ଦେଖୁଛି। ତାଙ୍କ ପାଖରୁ ବହୁତ କିଛି ଶିଖିବାକୁ ବାକି ରହିଛି। କୋହଲି କ୍ରିଜରେ ଯେଉଁଭଳି କଥାବାର୍ତ୍ତା କରନ୍ତି, ତାହା ମାନସିକ ଚାପ ଦୂର କରେ। ଯାହାକି ତାଙ୍କୁ ପ୍ରଥମ ମ୍ୟାଚରେ ଖେଳିବାକୁ ସହଜ କରିଛି ବୋଲି ଇଶାନ୍ କହିଛନ୍ତି।
ଯଦିଓ ଇଶାନ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଟି-୨୦ରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କର ଆଇପିଏଲ ରେକର୍ଡ ମଧ୍ୟ ଜବରଦସ୍ତ ରହିଛି। ୨୦୨୦ ଆଇପିଏଲ ସିଜିନରେ ଇଶାନ ଏକାକୀ ମୁମ୍ୱାଇ ଇଣ୍ଡିଆନ୍ସ ବିପକ୍ଷରୁ ୩୦ଟି ଛକା ମାରିଥିଲେ। ଯାହାକି ତାଙ୍କୁ ପରିଚୟ ଦେଇଥିଲା।
The post ପଦାର୍ପଣ ମ୍ୟାଚରେ ଦିଲ୍ ଜିତିଲେ ଇଶାନ appeared first on Odisha Reporter.
from Odisha Reporter https://ift.tt/3qLdSP1
No comments:
Post a Comment