ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମର ୪ଟି କେସ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ହୋମ୍ ଆଇସୋଲେସନରେ ଅଛନ୍ତି। ପଜିଟିଭ୍ ପରେ ଭୂତାଣୁର ଅନୁଧ୍ୟାନ ପାଇଁ ILS ପଠାଯାଇଛି। ଏହାବ୍ୟତୀତ ବାଲେଶ୍ୱର ଜିଲ୍ଲାରେ ଜଣେ ମହାରାଷ୍ଟ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ କମିବା ପରେ ପୁଣି ଥରେ ଉପରମୁହାଁ ହେଲାଣି କରୋନା ଗ୍ରାଫ୍। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ପୂର୍ବ ପରି ଶଟଡାଉନ୍ ତଥା ଲକଡାଉନ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିମାନବନ୍ଦର ତଥା ରେଲୱେ ଷ୍ଟେଶନରେ ବାହାର ରାଜ୍ୟ ଫେରନ୍ତାଙ୍କ ନିମନ୍ତେ ସ୍କ୍ରିନିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ କରୋନା ଗାଇଡ଼ଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି।
The post ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3sH5Isg
No comments:
Post a Comment