ପୁରୀ: ଡ୍ରୋନ୍‌ ଉଡ଼ାଇ ସୁରକ୍ଷା ଯାଞ୍ଚ କରୁଛି ଏନ୍‌ଏସଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ପୁରୀ: ଡ୍ରୋନ୍‌ ଉଡ଼ାଇ ସୁରକ୍ଷା ଯାଞ୍ଚ କରୁଛି ଏନ୍‌ଏସଜି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଏନ୍‌ଏସଜି ପକ୍ଷରୁ ଗତକାଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ଆଜି ମଧ୍ୟ ଯାଞ୍ଚ କରାଯାଉଛି। ଡ୍ରୋନ୍‌ ଉଡ଼ାଇ ଫଟୋ ଉତ୍ତୋଳନ କରାଯାଇଛି। ଆଜି ଭୋର ସମୟରୁ ଏନ୍ଏସ୍‌ଜିର  ତିନିଜଣିଆ ଟିମ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ଏଥିରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌସିକ ନାୟକ ସହଯୋଗ କରିଥିଲେ। ଶ୍ରୀ ନାୟକ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସଂପର୍କରେ ଏନଏସଜି ଟିମ୍‌କୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି।

ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି  ଓ ଆଗକୁ ସୁରକ୍ଷା ପ୍ରାଚୀର ନିର୍ମାଣ ହେଲେ ଆହୁରି କ’ଣ ବ୍ୟବସ୍ଥା ରହିବ ତାଉପରେ ଆଲୋଚନା କରାଯାଇଛି। ସେହିପରି  ସିଂହଦ୍ଵାର ସମ୍ମୁଖ ଧାଡ଼ି ଦର୍ଶନ ବ୍ୟବସ୍ଥା, ଭେଟ ମଣ୍ଡପ ସମ୍ମୁଖ, ମେଘନାଦ ପ୍ରାଚୀର ନିକଟ ଅଞ୍ଚଳ, ଦକ୍ଷିଣ ପାର୍ଶ୍ୱ ଅଞ୍ଚଳ ଆଦିକୁ ଅନୁଧ୍ୟାନ କରିଛି ଏନ୍‌ଏସଜି।  ସେହିପରି  ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସାକୁ ତଦାରଖ କରାଯାଇଛି। ଏଥିସହ ନୂତନ ଭାବେ ନିର୍ମିତ ଶ୍ରୀମନ୍ଦିର ବାରିକେଡ୍‌ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଥିଲା।

The post ପୁରୀ: ଡ୍ରୋନ୍‌ ଉଡ଼ାଇ ସୁରକ୍ଷା ଯାଞ୍ଚ କରୁଛି ଏନ୍‌ଏସଜି appeared first on Odisha Reporter.



from Odisha Reporter https://ift.tt/2P1e8fC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages