ଅହମଦାବାଦ: ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ଦେଶରେ କରୋନା ମାମଲା ଦିନକୁ ଦିନ ପୁଣିଥରେ ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ୨୦ ହଜାର ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆସନ୍ତା କାଲିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ ଆଜିଠୁ ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। କର୍ଫ୍ୟୁ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ଗାଡିମଟର ଚାଳାଚଳ ଉପରେ ମଧ୍ୟ କଟକଣା ରହିବ।
ବଢ଼ୁଥିବା କରୋନା ମାମଲାକୁ ଦେଖି ପୂର୍ବରୁ ହିଁ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍ରେ ଦର୍ଶକଙ୍କ ପ୍ରେବଶକୁ ବାରଣ କରାଯାଇଥିଲା।
ଏହାପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା କଡାକଡି କରିଥିଲେ। ପୁଣେ, ନାଗପୁର ଏବଂ ଔରଙ୍ଗାବାଦରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଥିଲା। ସେପଟେ ପଞ୍ଜାବ ସରକାର ମଧ୍ୟ କରୋନା ଯୋଗୁଁ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦେଶରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା କାର୍ଯ୍ୟକ୍ରମ ରହିଛି।
The post ୪ ସହରରେ ନାଇଟ୍ କର୍ଫ୍ୟୁ appeared first on Odisha Reporter.
from Odisha Reporter https://ift.tt/3cyDcCR
No comments:
Post a Comment