୧୩ ଫେବ୍ରୁଆରୀ, ଶନିବାର: ଶରୀରରେ ଆଘାତ ଲାଗିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

୧୩ ଫେବ୍ରୁଆରୀ, ଶନିବାର: ଶରୀରରେ ଆଘାତ ଲାଗିପାରେ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ମାନ ସମ୍ମାନ ପାଇବେ, ଦୂରଯାତ୍ରା ଯୋଗ ରହିଛି। ମହିଳା ଓ ଛାତ୍ରଛାତ୍ରୀମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ। ପ୍ରତିକାର-ଶ୍ରୀ ଲକ୍ଷ୍ମୀନୃସିଂହକୁ ଦର୍ଶନ କରନ୍ତୁ ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ। ପୁରୁଣା ବାଦ ବିବାଦର ଅବସାନ ଘଟିବ। ଶତ୍ରୁ ଉପରେ ବିଜୟଲାଭ କରିବେ । ମହିଳାମାନଙ୍କ ମନ ଶାନ୍ତ ରହିବ। ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ।

ମିଥୁନ: ଶତ୍ରୁ ବୃଦ୍ଧି ଯୋଗୁଁ ମାନସିକ ଚିନ୍ତା ବଢିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ କ୍ଷତି ହୋଇପାରେ । ମହିଳାମାନେ ପରିବାରରେ ଅଶାନ୍ତି ଅନୁଭବ କରିବେ। ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

କର୍କଟ: ଶାରୀରିକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ । ମହିଳାମାନେ ସତର୍କ ରୁହନ୍ତୁ। ଶରୀରରେ ଆଘାତ ଲାଗିପାରେ ।  ମନ ପସନ୍ଦ ଦ୍ରବ୍ୟ ନଷ୍ଟ ହୋଇପାରେ ।  ପ୍ରତିକାର- ଚନ୍ଦ୍ରଙ୍କର ବୀଜମନ୍ତ୍ର  ସୋମ ସୋମାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ       ।

ସିଂହ: କର୍ମ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତିହେବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ହେବ। ଶୁଭ ଖବର ପାଇ ମନ ଖୁସି ରହିବ । ମହିଳାମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ ।

କନ୍ୟା: କର୍ମ କ୍ଷେତ୍ରରେ ଶୁଭଫଳ ପାଇବେ । ନୂତନ ଆୟପନ୍ଥା ମିଳିପାରେ।  ବ୍ୟବସାୟରେ ବହୁ ଲାଭ ହେବ । ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ । ପ୍ରତିକାର-  ଗଂ ଗଣପତୟେ ନମଃ ମନ୍ତ୍ରକୁ ସକାଳେ ଜପ କରନ୍ତୁ   ।

 ତୁଳା: ଆର୍ଥିକ କ୍ଷତି ଓ ଅଯଥା ବ୍ୟୟ ହେବା ଯୋଗୁଁ ମନରେ ଅଶାନ୍ତି ଅନୁଭବ କରିବେ । ପରିବାରରେ କଳହ ଦେଖାଦେବ ।  ମହିଳାମାନେ ସତର୍କ ରୁହନ୍ତୁ । ପ୍ରତିକାର-  ନମଃ ମନ୍ତ୍ରକୁ ରୁଦ୍ରାକ୍ଷ ମାଳାରେ ୧୦୮ ଥର ଜପ କରନ୍ତୁ

ବିଛା: କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେବ , ପରିବାରରେ ଅଶାନ୍ତି ଲାଗି ରହିବ । ମାନସିକ କ୍ଳେଶ ଅନୁଭବ କରିବେ । ଆଜି ଦୂରଯାତ୍ରା କରନ୍ତୁ ନାହିଁ  । ପ୍ରତିକାର- ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ    ।

ଧନୁ: ଆଜି ଦିନଟି ଶୁଭଫଳ ପ୍ରଦାନ କରିବ  । କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ, ବ୍ୟବସାୟ ବାଣିଜ୍ୟରେ ଭଲ ଆର୍ଥିକ ଲାଭ ହେବ।  ମହିଳାମାନେ ଘରେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ  । ପ୍ରତିକାର-  ନମଃ ଭଗବତେ ବାସୁଦେବାୟ  ମନ୍ତ୍ରକୁ ୨୧ ଥର ଜପ କରନ୍ତୁ    ।

ମକର: ଆଜି ଦିନଟିରେ ସମସ୍ତ ଦିଗରୁ ଶୁଭଫଳ ପ୍ରାପ୍ତ ହେଉଥିବାରୁ ମନରେ ପ୍ରସନ୍ନତା ଦେଖାଦେବ । ଶତ୍ରୁ ଉପରେ ବିଜୟ ଲାଭ କରିବେ । କର୍ମ କ୍ଷେତ୍ରରେ ଆର୍ଥିକ ଉନ୍ନତି ଦେଖାଦେବ । ମହିଳାମାନେ ଶାନ୍ତି ପାଇବେ। ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୨୧ଥର ସକାଳେ ଜପ କରନ୍ତୁ    ।

କୁମ୍ଭ:  ଆଜି ଦିନଟି ଶୁଭ ଫଳ ପ୍ରଦାନ କରିବ, ମାନସିକ ଶାନ୍ତି ପାଇବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଏବଂ ଆର୍ଥିକ ଲାଭହେବ। ମହିଳାମାନେ ନୂତନ ଦ୍ରବ୍ୟ କ୍ରୟ କରିବେ।  ପ୍ରତିକାର- ନୀଳ ରଙ୍ଗର ବସ୍ତ୍ର କିମ୍ବା ରୁମାଲ ବ୍ୟବହାର କରନ୍ତୁ  ।

ମୀନ: ସମସ୍ତ କାର୍ଯ୍ୟରେ ସଫଳତା ପାଇ ମନ ପ୍ରସନ୍ନ ରହିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅର୍ଥଲାଭର ସୂଚନା ରହିଛି । ଦୂର ଯାତ୍ରାରେ ଶୁଭଫଳ ପାଇବେ । ପ୍ରତିକାର-  ନମଃ ଭଗବତେ ବାସୁଦେବାୟ  ମନ୍ତ୍ରକୁ ୨୧ ଥର ଜପ କରନ୍ତୁ    ।

The post ୧୩ ଫେବ୍ରୁଆରୀ, ଶନିବାର: ଶରୀରରେ ଆଘାତ ଲାଗିପାରେ appeared first on Odisha Reporter.



from Odisha Reporter https://ift.tt/3qCIFgU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages