ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ, ଓଲଟି ପଡ଼ିଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ, ଓଲଟି ପଡ଼ିଲା କାର୍‌

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କମାରଗୁଡ଼ା ନିକଟରେ ଗତ ରାତିରେ ଏକ କାର ଓଲଟି ୬ଜଣ  ଆହତ ହୋଇଛନ୍ତି। ଏକ ଇଣ୍ଡିଗୋ କାର ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ସେଥିରେ ଥିବା ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆହତମାନେ ବୈପରାରୀଗୁଡ଼ା ଓ ଚଣ୍ଡାଳମୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି।  ସେମାନେ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସେହିପରି ନବରଙ୍ଗପୁର ଉମରକୋଟରେ ଟ୍ରାକ୍ଟରକୁ ପଛରୁ ପିଟିବା ଫଳରେ ୨ ବାଇକ୍  ଆରୋହୀଙ୍କ ମୃତ୍ୟୁ ଘଟିଛି । ରାଇଘର ଥାନା ଦେଓଭରଣ୍ଡି ଛକରେ ଘଟିଛି ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ ।

The post ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ, ଓଲଟି ପଡ଼ିଲା କାର୍‌ appeared first on Odisha Reporter.



from Odisha Reporter https://ift.tt/3ldbCyW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages