୨୦୧୧ରୁ ସମୁଦ୍ର ଭିତରେ ସ୍ତ୍ରୀଙ୍କୁ ଖୋଜୁଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

୨୦୧୧ରୁ ସମୁଦ୍ର ଭିତରେ ସ୍ତ୍ରୀଙ୍କୁ ଖୋଜୁଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାରଣ

ଟୋକିଓ: ମମତାଜଙ୍କ ପାଇଁ ଶାହାଜାହାନ ଏତେ ପାଗଳ ଥିଲେ ଯେ ତାଙ୍କର ମୃତ୍ୟୁ ପରେ ସେ ତାଜମହଲ ତିଆରି କରିଥିଲେ। ଏବେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଏତେ ଭଲ ପାଉଛନ୍ତି ଯେ ୨୦୧୧ରୁ ସମୁଦ୍ର ମଧ୍ୟରେ ତାଙ୍କୁ ଖୋଜିବାରେ ଲାଗିଛନ୍ତି। ୧୦ ବର୍ଷ ହେଲାଣି ସେ ନିଜେ ସମୁଦ୍ର ଭିତରକୁ ସ୍କୁବା ଡାଇଭରଙ୍କ ଭଳି ପ୍ରବେଶ କରି ନିଖୋଜ ହୋଇଯାଇଥିବା ପତ୍ନୀଙ୍କୁ ଖୋଜୁଛନ୍ତି।

ତାଙ୍କର ଆଶା ନିଖୋଜ ପତ୍ନୀ ନିଶ୍ଚିତ ସମୁଦ୍ର ମଧ୍ୟରୁ ମିଳିବେ। ଆପଣ ନିଶ୍ଚିତ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। ୧୦ ବର୍ଷ ହେଲାଣି କାହିଁକି ବ୍ୟକ୍ତି ଜଣଙ୍କ ଏପରି କରୁଛନ୍ତି? କିନ୍ତୁ ତାଙ୍କ କଥା ଶୁଣିଲେ ଆପଣ ବି ନିଶ୍ଚିତ ଚକିତ ହୋଇଯିବେ।

ଟ୍ରେନରଙ୍କ ସହ ୟାସୁ

ଘଟଣାଟି ଜାପାନର। ଏଠାରେ ଜଣେ ୬୪ ବର୍ଷୀୟ ବ୍ୟକ୍ତି ବିଗତ ୧୦ ବର୍ଷ ହେଲାଣି ନିଜ ପତ୍ନୀଙ୍କୁ ସମୁଦ୍ର ମଧ୍ୟରେ ଖୋଜୁଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ୟାସୁ ତାକାମାତ୍ସୁ। ୨୦୧୧ରେ ଜାପାନରେ ଭୟଙ୍କର ସୁନାମି ଆସିଥିଲା। ଏହି ସମୟରେ ତାଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ।

ସେବେଠାରୁ ୟାସୁ ତାଙ୍କ ପତ୍ନୀଙ୍କୁ ସମୁଦ୍ରରେ ଖୋଜିବାରେ ଲାଗିଛନ୍ତି। ନିଜ ପତ୍ନୀଙ୍କୁ ସମୁଦ୍ରରେ ଖୋଜିବା ପାଇଁ ସେ ଅଣ୍ଡରୱାଟର ଡାଇଭିଂର ଲାଇସେନ୍ସ ମଧ୍ୟ ନେଇଛନ୍ତି। ବିଗତ ୭ ବର୍ଷ ହେଲାଣି ସେ ଏକାକୀ ଅଣ୍ଡରୱାଟର ଡାଇଭିଂ କରୁଛନ୍ତି। ପୂର୍ବରୁ ତାଙ୍କ ସହ ଟ୍ରେନରମାନେ ସମୁଦ୍ର ମଧ୍ୟକୁ ଯାଉଥିଲେ। ସେ କେବଳ ତାଙ୍କ ପତ୍ନୀଙ୍କୁ ଖୋଜୁ ନାହାନ୍ତି ବରଂ ତାଙ୍କ ସହ ଜଡ଼ିତ ସାମଗ୍ରୀକୁ ମଧ୍ୟ ଠାବ କରିବାକୁ ଚାହୁଁଛନ୍ତି।

ସୁନାମିରେ ନିଖୋଜ ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ଖୋଜିବା ପାଇଁ ଜାପାନ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଏଥିପାଇଁ ଅଣ୍ଡରୱାଟର ସର୍ଚ୍ଚ ଅପରେସନ କରାଯାଉଛି। ୟାସୁ ମଧ୍ୟ ବ୍ୟକ୍ତିଗତ ଭାବେ ଏଥିରେ ସାମିଲ ହୋଇଛନ୍ତି। ସେ ପ୍ରତିମାସରେ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରୁଛନ୍ତି ଓ ନିଜ ପତ୍ନୀଙ୍କୁ ଖୋଜିବାକୁ ସମୁଦ୍ର ଭିତରକୁ ଯାଉଛନ୍ତି।

ୟାସୁ ସର୍ଚ୍ଚ ଅପରେସନ ବେଳେ ଅନେକ କପାଡ଼ ଓ ଜିନିଷକୁ ଠାବ କରିସାରିଲେଣି। ହେଲେ ସେଗୁଡ଼ିକ ମଧ୍ୟରୁ କିଛି ବି ତାଙ୍କ ପତ୍ନୀଙ୍କର ନୁହେଁ। ଏହି କାରଣରୁ ସେ ଏବେ ବି ସମୁଦ୍ର ଭିତରେ ପତ୍ନୀଙ୍କ ଅନୁସନ୍ଧାନ କରୁଛନ୍ତି। ୨୦୧୧ରେ ଜାପାନରେ ଆସିଥିବା ଭୟଙ୍କର ସୁନାମି ବ୍ୟାପକ କ୍ଷୟକ୍ଷତି କରିଥିଲା।

୭୦୦ କିମି ବେଗରେ ୧୩୩ ଫୁଟ ଲମ୍ବାର ସମୁଦ୍ର ଜୁଆର ଜାପାନର ଉତ୍ତରପୂର୍ବ ଉପକୂଳକୁ ଧ୍ୱଂସ କରିଦେଇଥିଲା। ଫୁକୁଶିମା ଆଣବିକ ପ୍ଲାଣ୍ଟ ମଧ୍ୟ ସୁନାମି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ହଜାର ଲୋକ ଘର ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହୋଇଥିଲେ। ଆଣିବକ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହେବାରୁ ସ୍ଥାନୀୟ ଅଞ୍ଚଳରେ ହାହାକାର ସୃଷ୍ଟି ହୋଇଥିଲା।

ସମୁଦ୍ରକୁ ଯିବା ପୂର୍ବରୁ ୟାସୁ

ସୁନାମି ଆସିବା ବେଳେ ୟାସୁ ତାଙ୍କ ପତ୍ନୀଙ୍କ ସୁରକ୍ଷାକୁ ନେଇ ଆଦୌ ଚିନ୍ତିତ ନଥିଲେ। କାରଣ ତାଙ୍କ ପତ୍ନୀ କାମ କରୁଥିବା ଅଫିସଟି ଗୋଟିଏ ପାହାଡ଼ର ପଛ ଭାଗରେ ଥିଲା। ତେଣୁ ସୁନାମି ସେଠାରେ ପହଞ୍ଚି ପାରିବ ନାହିଁ ବୋଲି ସେ ଭାବିଥିଲେ। ବିପଦ ନଥିଲେ ମଧ୍ୟ ସତର୍କତା ପଦକ୍ଷେପ ସ୍ୱରୂପ ୟାସୁଙ୍କ ପତ୍ନୀ କାମ କରୁଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀଙ୍କୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିଦେଇଥିଲେ।

ହେଲେ ସୁନାମିର ତୀବ୍ରତା ବଢ଼ି ଯିବାରୁ ବ୍ୟାଙ୍କ କର୍ମଚାରୀ ଥିବା ସ୍ଥାନଟି ମଧ୍ୟ ସମୁଦ୍ରରେ ବିଲୀନ ହୋଇଯାଇଥିଲା। ଏହି ସମୟରେ ସେଠାରେ ଥିବା ୟାସୁଙ୍କ ପତ୍ନୀ ମଧ୍ୟ ଭାସି ଯାଇଥିଲେ। କିନ୍ତୁ ଏଯାଏ ତାଙ୍କର କୌଣସି ପତ୍ତା ମିଳିନାହିଁ। ଶେଷଥର ପାଇଁ ସେ ସୁନାମି ବେଳେ ସୁରକ୍ଷିତ ସ୍ଥାନକୁ ଯାଉଥିବା ସ୍ୱାମୀ ୟାସୁଙ୍କୁ କହିଥିଲେ।

ପତ୍ନୀଙ୍କ ସହ ୟାସୁ

ଏଥିସହ ସୁନାମିର ଗୋଟିଏ ଦଶନ୍ଧି ପରେ ସେ ଘରକୁ ଫେରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଖାସ୍‌ ଏହି କାରଣ ପାଇଁ ୟାସୁ ସମୁଦ୍ର ମଧ୍ୟରେ ୟାସୁଙ୍କୁ ଖୋଜୁଛନ୍ତି। ଜୀବନର ଶେଷ ନିଃଶ୍ୱାସ ଯାଏ ସେ ତାଙ୍କ ପତ୍ନୀଙ୍କୁ ଖୋଜିବେ ବୋଲି ମଧ୍ୟ କହିଛନ୍ତି।

ୟାସୁ

The post ୨୦୧୧ରୁ ସମୁଦ୍ର ଭିତରେ ସ୍ତ୍ରୀଙ୍କୁ ଖୋଜୁଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାରଣ appeared first on Odisha Reporter.



from Odisha Reporter https://ift.tt/2Q0oflq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages