କରଞ୍ଜିଆ(ଦୀପକ ମହନ୍ତ): ଜଳୁଛି ସଂରକ୍ଷଣ ଜୈବ ମଣ୍ଡଳ। ଶତଚେଷ୍ଟା ସତ୍ତ୍ୱେ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇପାରୁନି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ କରାଯିବ ବୋଲି କଡ଼ା ଚେତାବନୀ ଦିଆଯିବା ସତ୍ତ୍ୱେ ଏହାକୁ ଖାତିର କରୁ ନାହାନ୍ତି ଦୁର୍ବୃତ୍ତ। ଏହିପରି ଜଙ୍ଗଲରେ ନିଆଁ ଲଗାଉଥିବା ଜଣଙ୍କୁ କାବୁ କରିଛି ବନ ବିଭାଗ।
ମୟୂରଭଞ୍ଜ କରଞ୍ଜିଆ ଦୁଧିଆଣି ଜଙ୍ଗଲରେ ନିଆଁ ଲଗାଇବା ବେଳେ ବନ ବିଭାଗ ହାତରେ ଧରାପଡ଼ିଛି ଜଣେ ଅଭିଯୁକ୍ତ। ଆଜି ଦିନରେ ଜଙ୍ଗଲର ଗୋଟିଏ ପଟୁ ନିଆଁ ଲଗାଇବା ବେଳେ ବନ ବିଭାଗ ଟିମ୍ ପହଞ୍ଚି ଅଭିଯୁକ୍ତ ପ୍ରଧାନ ହେମ୍ରମ୍ଙ୍କୁ ଗିରଫ କରିଛି । ତାଙ୍କୁ ଏବେ ପଚରାଉଚରା କରାଯାଉଛି । ଏଥିରେ ଆଉ କିଏ ସାମିଲ ସେ ଦିଗରେ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁର ତାତି ବିଧାନସଭାରେ ବି ଦେଖିବାକୁ ମିଳିଛି। ଆଜି ଏ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ସାମ୍ବାଦିକ ସମ୍ମିଳନୀରେ ମୋହନ ମାଝୀ କହିଛନ୍ତି, ବର୍ତ୍ତମାନ ରାଜ୍ୟର ମୋଟ ୯୧୯ଟି ଜଙ୍ଗଲରେ ନିଆଁ ଲାଗିଛି । ସଂରକ୍ଷଣ ଜୈବ ମଣ୍ଡଳ ଲଗାତର ଜଳୁଛି । ଜଙ୍ଗଲଗୁଡ଼ିକରେ ନିଆଁ ଏପର୍ଯ୍ୟନ୍ତ ଆୟତ୍ତକୁ ନଆସିବା ଉଦବେଗର ବିଷୟ ବୋଲି ସେ କହିଛନ୍ତି ।
ଏଥିସହ ରାଜ୍ୟ ସରକାର ନିଆଁ ଲିଭାଇ ଦେଇଥିବା କହୁଥିଲେ ବି ବାସ୍ତବରେ ସ୍ଥିତି ଅଲଗା ବୋଲି ମୋହନ ମାଝି କହିଛନ୍ତି । ଆଜି ବିଜେପିର ଏକ ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ନିଆଁ ଲିଭାଇବାକୁ ସରକାର ପଦକ୍ଷେପ ନେବାକୁ ଦାବି କରିବ । ଜୈବ ମଣ୍ଡଳର ସୁରକ୍ଷା ପାଇଁ କେନ୍ଦ୍ର ସରକାର ବହୁ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ତାର ଠିକ୍ ବିନିଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି କାମ୍ପା ଫଣ୍ଡରେ ହୋଇଥିବା ଦୁର୍ନୀତିକୁ ଲୁଚାଇବାକୁ ସରକାର ଜଙ୍ଗଲରେ ନିଆଁ ଲଗାଉଥିବା ବିଧାୟକ ପ୍ରକାଶ ସୋରେନ ଅଭିଯୋଗ କରିଛନ୍ତି । ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ନୂଆ କେନ୍ଦୁ ପତ୍ର ପାଇଁ ସରକାର ନିଆଁ ଲଗାନ୍ତି ଏବଂ ନିଜେ ଲିଭାନ୍ତି ।
The post ଜଙ୍ଗଲରେ ନିଆଁ ଲଗାଉଥିଲେ, ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/2MW01Yh
No comments:
Post a Comment