ମୁମ୍ବାଇ: ଅନ୍ତର୍ଜାତୀୟ ମହିଳା ଦିବସରେ ସାନ ପୁଅର ପ୍ରଥମ ଫଟୋ ସେଆର କଲେ ବଲିଉଡର ବେବୋ କରିନା କପୁର। ପୁଅ ସହ ନିଜର ଫଟୋ ମଧ୍ୟ ସେଆର କରିଛନ୍ତି କରିନା । ଏହି ଫଟୋରେ କରିନା ପୁଅକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଫଟୋକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରି ଲେଖିଛନ୍ତି, ‘ଏଭଳି କିଛି କାମ ନାହିଁ ଯାହା ମହିଳାଙ୍କ ପାଇଁ ଅସମ୍ଭବ। ଏଥିସହ କରିନା ସମସ୍ତଙ୍କୁ ମହିଳା ଦିବସ ଉପଲକ୍ଷେ ଶୁଭକାମନା ମଧ୍ୟ ଜଣାଇଛନ୍ତି। କରିନାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହାପୂର୍ବରୁ କରିନା ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ପରେ ଇନଷ୍ଟାଗ୍ରାମରେ ତାଙ୍କର ପ୍ରଥମ ଫଟୋ ସେୟାର କରିଥିଲେ। ଫଟୋରେ ସେ କଳା ଚଷମା ଓ ଟୋପି ପିନ୍ଧି ସୂର୍ଯ୍ୟକୀରଣକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋକୁ ସେଆର କରି ସମସ୍ତଙ୍କୁ ମିସ୍ କରୁଥିବା ଲେଖିଥିଲେ କରିନା।
ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରୀ ୨୧ ତାରିଖ ଦିନ କରିନା କପୁର ତାଙ୍କ ଦ୍ୱିତୀୟ ପୁଅକୁ ଜନ୍ମ ଦେଇଥିଲେ। ତେବେ ଏଯାଏଁ ସୈଫ ଏବଂ କରିନା ଦ୍ୱିତୀୟ ପୁଅର ନାଁ ଘୋଷଣା କରି ନାହାନ୍ତି।
ଗର୍ଭାବସ୍ତା ସମୟରେ କରିନା ବେଶ ଆକ୍ଟିଭ ଥିଲେ। ସେହି ସମୟରେ ହିଁ ସେ ତାଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ଶୁଟିଂ ପୂରଣ କରିଥିଲେ। କେବଳ ସେତିକି ନୁହେଁ ଅନେକ ବିଜ୍ଞାପନ ଏବଂ ରେଡିଓ ଚାଟ୍ ଶୋ’ରେ ମଧ୍ୟ ନଜର ଆସିଥିଲେ ବେବୋ।
View this post on Instagram
The post ପୁଅର ପ୍ରଥମ ଫଟୋ ସେଆର କଲେ କରିନା appeared first on Odisha Reporter.
from Odisha Reporter https://ift.tt/2O9neqs
No comments:
Post a Comment