ପୁରୁଷ ପାଳନ କରନ୍ତୁ ମହିଳା ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ପୁରୁଷ ପାଳନ କରନ୍ତୁ ମହିଳା ଦିବସ

ମଧୁଲିତା ପରିଡ଼ା

ନାରୀଟିଏ ଭିତରେ ବହୁତ ଶକ୍ତି ରହିଥାଏ। ଯେମିତିକି ଧୈର୍ଯ୍ୟ, ସହନଶକ୍ତି , କଷ୍ଟସହିଷ୍ଣୁ। ଏମିତି ଅନେକ କିଛି ଶକ୍ତି ମହିଳା ଭିତରେ ପୁରୁଷଠାରୁ ଅଧିକ ଥାଏ, ଯାହା ତା’ର ଦୈନନ୍ଦିନ କାର୍ଯ୍ୟକୁ ଲକ୍ଷ୍ୟ କଲେ ଆପଣ ଜାଣିପାରିବେ। ଏହାକୁ ଲୁକ୍କାୟିତ ଭାବରେ ଅଛି ବୋଲି ସମସ୍ତେ କହନ୍ତି। ତାହା ଭୁଲ୍ କଥା। ବାସ୍ତବରେ ବର୍ଷବର୍ଷ ଧରି ମହିଳା ଭିତରେ ଥିବା ଏସବୁ ଶକ୍ତିଶାଳୀ ଗୁଣକୁ ଆମ ପୁରୁଷପ୍ରଧାନ ସମାଜ ଦେଖିବାକୁ ଚାହିଁନି କିମ୍ବା ଇଚ୍ଛା କରିନି।

ସମାଜ ରୂପକ ରଥର ପୁରୁଷ ଓ ମହିଳା ଦୁଇଟି ଚକ। ଏମାନେ ସମାନ ଭାବରେ ଗଡ଼ିଲେ ହିଁ ସାମାଜିକ ବିକାଶ ଠିକ୍ ଭାବରେ ସମ୍ଭବ ହୋଇପାରିବ। ପ୍ରଗତି ସଠିକ ଭାବେ ହୋଇପାରିବ। କିନ୍ତୁ ହଜାର ହଜାର ବର୍ଷ ଧରି ଆମ ସାମାଜିକ ବ୍ୟବସ୍ଥାରେ ପୁରୁଷ ଓ ନାରୀଙ୍କୁ ସମାନ ଭାବରେ ଦେଖାଯାଇ ନାହିଁ। କିମ୍ବା ସମାନ ଭାବରେ ଦେଖିବାର କିମ୍ବା ସମ୍ମାନ ଦେବାର ଆୟୋଜନ କରାଯାଇ ନାହିଁ। ପୁରୁଷମାନଙ୍କ ମନରେ ପ୍ରଭେଦ ଭାବ ରହିଆସିଛି। ଏବେବି ଅଛି। ଏହି କାରଣରୁ ହଜାର ହଜାର ବର୍ଷ ଧରି ନାରୀ ଜାତି ପ୍ରତି ହେଉଥିବା ଅନ୍ୟାୟ, ଅନୀତି ଦୂର ହୋଇପାରୁନାହିଁ। ସେଇଥିପାଇଁ ବୋଧହୁଏ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଆମକୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବାକୁ ପଡୁଛି।

ମୁଁ ନାରୀଟିଏ ବୋଲି କହୁନି, ମୋର ବ୍ୟକ୍ତିଗତ ମତ ହେଲା, ମହିଳା ଦିବସ ପୁରୁଷମାନେ ହିଁ ପାଳିବା କଥା। ପୁରୁଷଟିଏ ମହିଳାଙ୍କ ବନ୍ଦନା କଲେ ହିଁ ସେ ତା’ର ଗୁରୁତ୍ୱ ବୁଝିବ। ନିଜ ଭିତରେ ନାରୀ ପ୍ରତି ଥିବା ହୀନଦୃଷ୍ଟି କମିବ, ନିଜ ଭିତରେ ଥିବା ତୁଳନାତ୍ମକ ଅହଂକାର ହ୍ରାସ ପାଇବ। ମହିଳା ଦିବସ ପାଳିଥିବା ପୁରୁଷଟି, ଆଗକୁ ନାରୀ ପ୍ରତି ଅସମ୍ମାନ କରିବା ବେଳେ ଆଠଥର ଚିନ୍ତା କରିବ। ଆମେ କଣ ନିଜ ଜନ୍ମଦିନ ପାଳୁ କି? ସେମିତି ନାରୀଟିଏ ପାଇଁ କେକ୍ କାଟିବ ପୁରୁଷ।

ପୁରାଣଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ମହିଳାମାନଙ୍କୁ ଅଣଦେଖା କରାଯାଇଥିବାର ଅନେକ ନଜିର ରହିଛି। ଦେଶ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଜାତିର ଜନକ ମହାତ୍ମା ଗାନ୍ଧି କହିଥିଲେ, ମହିଳାଙ୍କୁ କେବେ ଦୁର୍ବଳ ବୋଲି କହିବା ଠିକ ନୁହେଁ। ଏହା ତାଙ୍କ ପ୍ରତି ଅପମାନ ଓ ଅନ୍ୟାୟ। ହିନ୍ଦୁ ଧର୍ମରେ ଦେବୀମାନଙ୍କର ପ୍ରଭାବ ସର୍ବାଧିକ। ଅଧିକାଂଶ ଦେବୀଙ୍କୁ ହିଁ ଆମେ ପୂଜା କରୁ। ଯେମିତିକି ମାଆ ଦୁର୍ଗା, ମାଆ ଲକ୍ଷ୍ମୀ, ଦେବୀ ସରସ୍ୱତୀ, ମାଆ ମଙ୍ଗଳା, ମାଆ ହେଙ୍ଗୁଳା, ମାଆ କାଳୀ, ଦେବୀ ରାଧା, ତୁଳସୀ, ମାତା ଗଙ୍ଗା, ମାତା ସୀତା, ମାତା ପାର୍ବତୀ। ରାତି ପାହିଲେ ଆମେ ଏମାନଙ୍କୁ ଶୁଦ୍ଧପୁତଃ ହୋଇ ପୂଜା କରୁ, ପ୍ରାର୍ଥନା କରୁ। କିନ୍ତୁ ପରିତାପର ବିଷୟ ହେଉଛି, ବାସ୍ତବ ଜୀବନର ସେହି ଦେବୀ ଓ ମାତାମାନଙ୍କୁ କିନ୍ତୁ ଆମେ ନ୍ୟୁନ ଦୃଷ୍ଟିରେ ଦେଖୁ, ସମ୍ମାନ ଦେବାକୁ ଉଚିତ ମଣୁନା, ଆବଶ୍ୟକ ପଡ଼ିଲେ ନିର୍ଯାତନା ଦେଉ। ଅପମାନିତ କରୁ, ମାରୁ, ପିଟୁ।

ଏବେ ସମାଜ ଅନେକ ବଦଳିଛି। ହଜାର ହଜାର ବର୍ଷ ଧରି ଅବହେଳିତ ହୋଇଥିବା ନାରୀର ସମ୍ମାନ ପୁଣି ଫେରେଇ ଆଣିବା ତ ସଙ୍ଗେ ସଙ୍ଗେ ସମ୍ଭବ ନୁହେଁ, କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ କରିବାକୁ ପଡିବ। ନାରୀ ଏବେ ବିଦ୍ୟା, ବୁଦ୍ଧି ଓ ସାମର୍ଥ୍ୟରେ କୌଣସି ଗୁଣରେ କମ୍ ନୁହେଁ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ବିଚାରପତି ଆସନରେ ବସିଲାଣି। କଥାଟି କୌଣସି ପଦପଦବୀର ନୁହେଁ, ନାରୀ ପ୍ରତି ଥିବା ସାମାଜିକ ଦୃଷ୍ଟି ବଦଳିବା ଦରକାର।

କରନା ସମୟରେ ଯଦିଓ ନାରୀ ପୁରୁଷ ପ୍ରଭେଦ କେହି ଦେଖୁନଥିଲେ। କିନ୍ତୁ ସେତେବେଳେ ଯେତକ କରୋନା ଯୋଦ୍ଧା ଥିଲେ, ସେଥିରୁ ଅଧା ବୋଧହୁଏ ନାରୀ ଥିଲେ। ସ୍ୱାବ୍‌ ଟେଷ୍ଟଠାରୁ ଆରମ୍ଭ କରି ରୋଗୀ ଚିକିତ୍ସା, ତୃଣମୂଳ ସ୍ତର ପର୍ଯ୍ୟନ୍ତ ପୁରୁଷଙ୍କ ସହ ସମକକ୍ଷ ହୋଇ କାମ କରୁଥିଲେ। ତାପରେ ବି ନାରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ପ୍ରତେକ ଦିନ ଆମେମାନେ ଖବରକାଗଜରେ ପଢୁଛନ୍ତି, ଟିଭିରେ ଦେଖୁଛନ୍ତି।

ବହୁଚର୍ଚ୍ଚିତ ଅଂଜନା ଗଣଦୁଷ୍କର୍ମ ମାମଲାରେ, ଓଡ଼ିଶା ପୋଲିସ ୨୨ ବର୍ଷ ପରେ ଏହି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଧରିଛି। ଆପଣ ଭାବନ୍ତୁ, ଦୁଷ୍କର୍ମର ଶିକାର ହୋଇଥିବା ନାରୀଟି ୨୨ ବର୍ଷ ଧରି କେମିତି ମାନସିକତାରେ ଥିବ। ସେତେବେଳର ସାମାଜିକ ଘୃଣାକୁ ଫୁଟ୍‌କିରେ ଉଡ଼େଇ ଦେଇ ଅଂଜନା ନିଜ ପାଇଁ ଲଢ଼ିଥିଲେ। ଏହାଠାରୁ ବଡ଼ ଉପାହରଣ ଆଉ କଣ ହୋଇପାରେ। ଅଂଜନାଙ୍କୁ ସେଥିପାଇଁ ପ୍ରଣାମ କରିବା କଥା। କିନ୍ତୁ ଆମ ବ୍ୟବସ୍ଥା କ’ଣ ତାଙ୍କୁ ନ୍ୟାୟ ଦେଇପାରିଲା?
ଓଡ଼ିଶା ସମେତ ସାରା ଦେଶରୁ ନାରୀ ନିର୍ଯାତନାର ପୁଳାପୁଳା ଉଦାହରଣ ଦୈନିକ ମିଳିଯାଉଛି। ବେବିନା, ଇତିଶ୍ରୀ, ସସ୍ମିତା, ପରୀ, ପିହୁ, ସ୍ୱାତୀ, କାହା କାହା କଥା ଆପଣ ଶୁଣିବେ? ଦିଲ୍ଲୀରେ ନିର୍ଭୟା, ହାଇଦ୍ରାବାଦରେ ପ୍ରିୟଙ୍କା, ଉତ୍ତର ପ୍ରଦେଶରେ ହାଥରସ, ଉହାହରଣ ଅନେକ। ଏମାନଙ୍କୁ ଆମେ ନ୍ୟାୟ ଦେଇପାରିନୁ। ଏଥିପାଇଁ ଏ ଦେଶର ବ୍ୟବସ୍ଥା ପରିତାପ କରିବା କଥା, ଦୁଃଖ ପ୍ରକାଶ କରିବା କଥା।

ମହିଳାଙ୍କୁ ସ୍ୱୀକୃତି ଦେବାର ସମୟ ଆସିଛି। ମହିଳା ଦିବସ ପାଳନ ହେଉ, କିନ୍ତୁ ଦୈନନ୍ଦିନ ଜୀବନରେ ମହିଳାଙ୍କୁ ସମ୍ମାନ ଦେଇସାରିଲା ପରେ। ମହିଳାମାନେ ମଧ୍ୟ ନିଜକୁ ସମ୍ମାନର ହକଦାର କରନ୍ତୁ। ସେମାନଙ୍କ ପାଇଁ ଥିବା ଆଇନ୍ ବ୍ୟବସ୍ଥାର ଉପଯୋଗ କରି ସମାଜରେ ସମ୍ମାନର ସହ ରୁହନ୍ତୁ, ନିଜ ଚାରିପାଖର ମହିଳାଙ୍କ ପାଇଁ ବାହାରନ୍ତୁ।

The post ପୁରୁଷ ପାଳନ କରନ୍ତୁ ମହିଳା ଦିବସ appeared first on Odisha Reporter.



from Odisha Reporter https://ift.tt/3egykof

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages