ମୋଦିଙ୍କ ରାଲି ପୂର୍ବରୁ ୭୬ ଟିଏମସି ନେତା ମୁକୁଲ ରୟଙ୍କୁ ଭେଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ମୋଦିଙ୍କ ରାଲି ପୂର୍ବରୁ ୭୬ ଟିଏମସି ନେତା ମୁକୁଲ ରୟଙ୍କୁ ଭେଟିଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମସି ୨୯୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୨୮ ବିଧାୟକଙ୍କ ଟିକେଟ୍ ମମତା କାଟିଥିବା ବେଳେ ଅନେକ ନିରାଶ ହୋଇଛନ୍ତି। ଏବେ ଖବର ଆସିଛି ନିରାଶ ହେବା ପରେ ୭୬ ଟିଏମସି ନେତା ଏବେ ଦଳ ଡେଇଁବାକୁ ସ୍ଥିର କରିଛନ୍ତି।

ଗତକାଲି ରାତିରେ ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ ରୟଙ୍କୁ ୭୬ ଟିଏମସି ନେତା ଭେଟିଛନ୍ତି। ଟିଏମସିରୁ ନିରାଶ ହେବା ପରେ ଏମାନେ ସମସ୍ତେ ବିଜେପିରେ ସାମିଲ୍ ହେବାକୁ ଇଚ୍ଛୁକ ପ୍ରକାଶ କରିଛନ୍ତି। ଯଦି ଏମାନେ ସମସ୍ତେ ବିଜେପିରେ ସାମିଲ୍ ହେଲେ ଟିଏମସିର ଆକଳନ ମଧ୍ୟ ଭୁଲ୍ ପ୍ରମାଣିତ ହେବାର ସମ୍ଭାବନା ମଧ୍ୟ ରହିଛି।

ଅନ୍ୟପଟେ ଆସନ୍ତାକାଲି (ମାର୍ଚ୍ଚ ୭)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୋଲକାତାରେ ରାଲି ରହିଛି। ଏହି ରାଲି ବେଳେ ଅନେକ ଅସନ୍ତୁଷ୍ଟ ଟିଏମସି ନେତା, ବିଧାୟକ ଏବଂ ସାଂସଦ ସାମିଲ୍ ହୋଇପାରନ୍ତି। ଏମିତିକି ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ବିଜେପିରେ ସାମିଲ୍ ହୋଇପାରନ୍ତି।

ତେବେ ସୂଚନା ମୁତାବିକ ମୁକୁଲ ରୟଙ୍କୁ ଅସନ୍ତୁଷ୍ଟ ଟିଏମସି ବିଧାୟକ ଦିନେଶ ବଜାଜ ଏବଂ ଗୀତା ବକ୍ସି ଭଳି ନେତା ରହିଛନ୍ତି। ତେବେ ବିଜେପିରେ ଟିଏମସି ନେତା ସାମିଲ୍ ହେଲେ ବିଜେପିରେ ମଧ୍ୟ ଅସନ୍ତୋଷ ବଢ଼ିବା ପରେ ତେଣୁ ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ମଧ୍ୟ କୌଣସି ପ୍ରତିକ୍ରିୟା ରଖିନି।

ଟିଏମସି ମୋଟ୍ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଉତ୍ତର ବଙ୍ଗଳାର ତିନି ଆସନରେ ଟିଏମସି ପ୍ରାର୍ଥୀ ଦେବନି ବୋଲି ଜଣାପଡ଼ିଛି। ଟିଏମସିର ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ମହିଳା, ୪୨ ମୁସଲମାନ ପ୍ରାର୍ଥୀ ରହିଛନ୍ତି। ଏହାବାଦ ୭୯ ଜଣ ଦଳିତଙ୍କୁ ଟିଏମସି ପ୍ରାର୍ଥୀ କରିଛି।

ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରକୁ ଛାଡ଼ି ନନ୍ଦିଗ୍ରାମରେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ତାଙ୍କ ଆସନରେ ଶୋଭନଦେବ ଚାଟାର୍ଜୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏମିତିକି ପ୍ରାର୍ଥୀ ଘୋଷଣା ବେଳେ ମମତା ବିଜେପିକୁ ଟାର୍ଗେଟ କରି କହିଛନ୍ତି ‘ଖେଲୋ ହୋବେ’।

ମମତା ଦାର୍ଜିଲିଂର ତିନି ଆସନ ସହଯୋଗୀ ଦଳ ପାଇଁ ଛାଡ଼ିଛି। ଏହାବାଦ ୮୦ରୁ ଅଧିକ ବୟସ୍କ ନେତାଙ୍କୁ ପ୍ରାର୍ଥୀ କରିନାହିଁ। ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ୧୧ ତାରିଖରେ ନନ୍ଦିଗ୍ରାମରେ ନିର୍ବାଚନ ରାଲି କରିବାର ଯୋଜନା ରହିଛି। ତେବେ ଶୁକ୍ରବାରକୁ ମମତା ନିଜ ପାଇଁ ଲକି ବୋଲି ବିବେଚନା କରନ୍ତି। ପୂର୍ବରୁ ୨୦୧୧ ଏବଂ ୨୦୧୬ରେ ମଧ୍ୟ ଶୁକ୍ରବାର ମମତା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ଆଉ ବିଜୟୀ ହୋଇଥିଲେ।

The post ମୋଦିଙ୍କ ରାଲି ପୂର୍ବରୁ ୭୬ ଟିଏମସି ନେତା ମୁକୁଲ ରୟଙ୍କୁ ଭେଟିଲେ appeared first on Odisha Reporter.



from Odisha Reporter https://ift.tt/3qgfCj2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages