ନରସିଂହପୁର(ଦିଲ୍ଲୀପ ପଣ୍ଡା): ଏକ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ଯାଇଥିବା ଜଣେ ଯୁବକଙ୍କୁ ଭୁଲ ଇଞ୍ଜେକସନ ଦିଆଯାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ କରି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ବାଗଧରିଆଠାରେ ପରିବାର ଲୋକ ରାସ୍ତାରୋକ କରିଛନ୍ତି । ମୃତକ ହେଲେ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମର ନିରାକାର ରାଉତ।
ନିରାକାର ଏକତାଳଠାରେ ଥିବା ଏକ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ଯାଇଥିଲେ। ମଳକଣ୍ଟକ ରୋଗରେ ପୀଡ଼ିତ ଉକ୍ତ ଯୁବକଙ୍କୁ ଅପରେସନ ପୂର୍ବରୁ ଇଂଜେକ୍ସନ ଦିଆଯାଇଥିଲା। । ଏହାପରେ ନିରାକାରଙ୍କ ମୃତ୍ୟୁ ହୋଇଥିଲା। ଭୁଲ ଇଂଜେକ୍ସନ ଯୋଗୁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି ।
ଏନେଇ ମୃତକଙ୍କ ଭଉଣୀ ବିଣାପାଣୀ ରାଉତ କହିଛନ୍ତି, “ମୋ’ ଭାଇ ଅପରେସନ ହେବା ପାଇଁ ଆସିଥିଲା। ସଙ୍ଗେ ସଙ୍ଗେ ସାଲାଇନ୍ ଦେଲେ। କହିଲା, ନାନୀ ମୁଁ ସାଲାଇନ ନେଉଛି। ପରେ ଅପରେସନ ହେବ। ହେଲେ କ’ଣ କଲେ ମୋ ଭାଇ ଜୀବନ ପଳାଇଲା।”
ଏନେଇ ମୃତକଙ୍କ ମା’ ମମତା ରାଉତ କହିଛନ୍ତି, “ମୋ ପୁଅକୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ। ପଛରେ ପଚାରିଲେ ତମ ପୁଅର ବାତ ଥିଲା କି, ମୁଁ କହିଲି କିଛି ନ ଥିଲା। ସେମାନେ ମୋ ପୁଅକୁ ମାରିଦେଲେ।”
The post “ମୋ ଭାଇ ଅପରେସନ ହେବାକୁ ଆସିଥିଲା, ହେଲେ ତା’କୁ ମାରିଦେଲେ” appeared first on Odisha Reporter.
from Odisha Reporter https://ift.tt/3qVwPPe
No comments:
Post a Comment