୨୪ ଘଣ୍ଟାରେ ଫିଟିଲା ପ୍ଲାଷ୍ଟର, ଇଏ କେମିତିକା ଚୋଟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

୨୪ ଘଣ୍ଟାରେ ଫିଟିଲା ପ୍ଲାଷ୍ଟର, ଇଏ କେମିତିକା ଚୋଟ?

ଗୋରଖପୁର: ଜୋର ଧରୁଛି ପଶ୍ଚିମବଙ୍ଗ ନିର୍ବାଚନ ତାତି। ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି ଉଠୁଛୁ ପଡୁଛି। ଭୋଟ ହାତେଇବା ପାଇଁ ଟିଏମ୍‌ସି ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର। ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ବୁଲି ହେଭିୱେଟ ନେତାମାନେ ପ୍ରଚାରରେ ଲାଗି ପଡିଛି। ରାଲି ସହ ଚାଲିଛି ଜନସଭା। ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି ନେତା। ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ବିଜେପି ଟାର୍ଗେଟ କରିଛି।

ବିଜେପିର ଷ୍ଟାର ପ୍ରଚାରକ ତଥା ଗୋରଖପୁର ସାଂସଦ ରବି କିଶନ ମମତାଙ୍କ ଉପରେ ହମ୍‌ଲା ବୋଲ କରିଛନ୍ତି। ମମତାଙ୍କ ଗୋଡରେ ଲାଗିଥିବା ପ୍ଲାଷ୍ଟରକୁ ନେଇ ସେ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ୨୪ ଘଣ୍ଟା ଭିତରେ ମମତାଙ୍କ ପ୍ଲାଷ୍ଟର ଫିଟିବାକୁ  ନେଇ ସାଂସଦ ରବି କିଶନ କବିତା ଢ଼ଙ୍ଗରେ ତାଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ହ୍ୱିଲଚେଆର୍‌ରେ ଦିଦି ବସି ସମସ୍ତଙ୍କୁ ମାଗୁଛନ୍ତି ଭୋଟ, ୨୪ ଘଣ୍ଟାରେ ଫିଟିଲା ପ୍ଲାଷ୍ଟର, ଇଏ କେମିତାକା ଚୋଟ(ଆଘାତ)।” ସେପଟେ ବିଜେପି ସାଂସଦଙ୍କ ଏଭଳି ଟାର୍ଗେଟକୁ ନେଇ ଟିଏମ୍‌ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହୋଇଥିବା କଥିତ ଆକ୍ରମଣରେ ଆଘାତ ହୋଇଥିଲେ। ନାମଙ୍କନ ପତ୍ର ଭରିବା ପରେ ମାର୍ଚ୍ଚ ୧୦ ତାରିଖ ମମତା ନନ୍ଦିଗ୍ରାମରେ ପ୍ରଚାର କରିବା ପାଇଁ ଯାଇଥିଲେ। ଏତିକି ବେଳେ ସେ ଆହତ ହୋଇଥିଲେ। ଏହାକୁ ନେଇ ଟିଏମ୍‌ସି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା  ସହ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ଆଣିଥିଲା। କିନ୍ତୁ ନିର୍ବାଚନ କମିଶନ ଏହି ଅଭିଯୋଗକୁ ଖଣ୍ତନ କରିଥିଲେ। ସୁରକ୍ଷାକର୍ମୀଙ୍କ ଭୁଲ୍ ଯୋଗୁଁ ମମତା ଆହତ ହୋଇଥିବା ନେଇ ସେ କହିଥିଲେ।

The post ୨୪ ଘଣ୍ଟାରେ ଫିଟିଲା ପ୍ଲାଷ୍ଟର, ଇଏ କେମିତିକା ଚୋଟ? appeared first on Odisha Reporter.



from Odisha Reporter https://ift.tt/3ttXEf3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages