ମାତିଛନ୍ତି ସାଇବର ଠକ, ରାଜଧାନୀରୁ ୨ ମାସରେ କୋଟିଏରୁ ଅଧିକ ଟଙ୍କା ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

ମାତିଛନ୍ତି ସାଇବର ଠକ, ରାଜଧାନୀରୁ ୨ ମାସରେ କୋଟିଏରୁ ଅଧିକ ଟଙ୍କା ଲୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଇବର ଠକେଇକୁ ନେଇ ବଢୁଛି ଚିନ୍ତା । ରାଜଧାନୀ ଭୁବନେଶ୍ୱରରୁ କେବଳ ଦୁଇ ମାସରେ ସାଇବର ଠକ ଲୁଟି ନେଇଛନ୍ତି କୋଟିଏ ୩ ଲକ୍ଷ ଟଙ୍କା  । କେବଳ ଫେବ୍ରୁଆରି ମାସରେ ଭୁବନେଶ୍ୱରରୁ ୫୧ ଲକ୍ଷ ୩୯ ହଜାର ୯୮୯ ଟଙ୍କା ଲୁଟି ନେଇଛନ୍ତି ଠକ । ତେବେ ସାଇବର୍ ସେଲ୍‌ର ତତ୍ପରତା ଯୋଗୁଁ ଫେବ୍ରୁଆରି ମାସରେ ଲୋକେ ଫେରି ପାଇଛନ୍ତି ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା । ପୂର୍ବରୁ ଆସୁଥିବା ଅଭିଯୋଗ ସଂଖ୍ୟା କମିଥିଲେ ବି ସାଇବର୍ ଠକଙ୍କ ନୂଆ ତରିକାକୁ ନେଇ ଚିନ୍ତାରେ ପୁଲିସ୍‌।

ସାଇବର ସେଲ୍ ଖୋଲିବାର ପ୍ରଥମ ମାସରେ ମୋଟ ୧୨ ଶହ ୭ଟି ଅଭିଯୋଗ ଆସିଥିଲା । ଏଥିମଧ୍ୟରୁ ଭୁବନେଶ୍ୱରରୁ ୩୬୮ଟି କଲ୍ ଆସିଥିଲା ଫେବ୍ରୁଆରିରେ । ସମୁଦାୟ ୭୮୪ଟି କଲ୍ ଆସିଥିବାବେଳେ ଏଥିରେ ଭୁବନେଶ୍ୱରରୁ ୩୨୨ଟି ଏବଂ ଭୁବନେଶ୍ୱର ବାହାରୁ ୪୬୨ଟି କଲ୍ ଆସିଛି । ତେବେ ଫେବ୍ରୁଆରିରେ ଅଭିଯୋଗ ସଂଖ୍ୟା କମିଥିଲେ ମଧ୍ୟ ଠକେଇ ପରିମାଣ କମି ନାହିଁ । ଲୋକେ ଏଥିଲାଗି ସଚେତନ ହେବା ଜରୁରୀ ବୋଲି ପୁଲିସ କହିଛି ।

The post ମାତିଛନ୍ତି ସାଇବର ଠକ, ରାଜଧାନୀରୁ ୨ ମାସରେ କୋଟିଏରୁ ଅଧିକ ଟଙ୍କା ଲୁଟ୍‌ appeared first on Odisha Reporter.



from Odisha Reporter https://ift.tt/38Mxvjs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages