ଆହୁରି ୪ ସପ୍ତାହ ଯାଏଁ ବଢ଼ିଲା ଲକ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ଆହୁରି ୪ ସପ୍ତାହ ଯାଏଁ ବଢ଼ିଲା ଲକ୍‌ଡାଉନ୍‌

ବର୍ଲିନ୍: ବଢ଼ିଲା ଲକଡାଉନ ଅବଧି। ଜର୍ମାନୀ ବଢ଼ୁଥିବା କରୋନା ସଂକ୍ରମଣର ନୂଆ ଷ୍ଟ୍ରନ୍‌କୁ ଦୃଷ୍ଟିରେ ରଖି ଏହାକୁ ଆହୁରି ୪ ସପ୍ତାହ ଯାଏଁ ବଢ଼ାଇ ଦିଆଯାଇଛି। ନୂଆ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ତେଣୁ ଆଗାମୀ ଏପ୍ରିଲ ୧୮ ତାରିଖ ଯାଏଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନ୍‌ସେଲର ଆଞ୍ଜେଲ ମର୍କେଲ। ଏଥିସହ ଲକଡାଉନ୍‌ ନିୟମକୁ କଡାକଡି କରିବାକୁ ଜର୍ମାନୀ ସରକାର ଚିନ୍ତା କରୁଛନ୍ତି।

ସେହିପରି ମାର୍ଚ୍ଚ ଶେଷ ସପ୍ତାହରେ ପାଳନ ହେବାକୁ ଥିବା ଇଷ୍ଟର ଉତ୍ସବକୁ ମଧ୍ୟ ବ୍ୟାନ୍‌ କରାଯାଇଛି। ଇଷ୍ଟର ଛୁଟିରେ ୫ ଦିନ ଯାଏଁ ଘରେ ରହି ଇଷ୍ଟର ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।  ସେହିପରି ବାହାରୁ ଜର୍ମାନୀକୁ ଫେରୁଥିବା ଲୋକଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

ପ୍ରତି ଲକ୍ଷେ ଲୋକରେ ୧୦୦ ଜଣ କରୋନା ସଂକ୍ରମିତ ହେଉଥିବା ଅଂଚଳରେ ଲକଡାଉନ କଟକଣାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୬ଟି ରାଜ୍ୟର ଗଭର୍ଣ୍ଣରଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିବା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ଜର୍ମାନ ଚାନସେଲର । ପୂର୍ବରୁ ଜର୍ମାନୀରେ ମାର୍ଚ୍ଚ ୨୮ ଯାଏଁ ଲକଡାଉନ ଘୋଷଣା ହୋଇଥିଲା ।

The post ଆହୁରି ୪ ସପ୍ତାହ ଯାଏଁ ବଢ଼ିଲା ଲକ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2PkQpaw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages