ରାଜ୍ୟରେ ଉପରମୁହାଁ ମହାମାରୀ, ଚିହ୍ନଟ ହେଲେ ୨୧୮ ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ରାଜ୍ୟରେ ଉପରମୁହାଁ ମହାମାରୀ, ଚିହ୍ନଟ ହେଲେ ୨୧୮ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ ଉପରମୁହାଁ ମହାମାରୀ। ଗତ କିଛି ଦିନ ହେବ ରାଜ୍ୟରେ ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶିକ୍ଷାନୁଷ୍ଠାନରେ ପଶିଲାଣି କରୋନା।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୧୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୨୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୮୯।

ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୨୯, ସୁନ୍ଦରଗଡ଼ରୁ ୨୬, ଖୋର୍ଦ୍ଧାରୁ ୨୫, କଟକରୁ ୧୬, କଳାହାଣ୍ଡିରୁ ୧୩ ଓ  ଅନୁଗୁଳରୁ ୧୨  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୬ ହଜାର ୮୦୯ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ  ଆକ୍ଟିଭ କେସ୍‌ ଏବେ ୧୮୩୭ ରହିଛି।

The post ରାଜ୍ୟରେ ଉପରମୁହାଁ ମହାମାରୀ, ଚିହ୍ନଟ ହେଲେ ୨୧୮ ପଜିଟିଭ୍ appeared first on Odisha Reporter.



from Odisha Reporter https://ift.tt/3fDtC4X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages