ବଲିଉଡ ସେଲେବ୍ରିଟିଙ୍କୁ ଡ୍ରଗ୍ସ ଦେଉଥିଲେ, ଘରୁ ଉଠାଇ ଆଣିଲା ଏନ୍‌ସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ବଲିଉଡ ସେଲେବ୍ରିଟିଙ୍କୁ ଡ୍ରଗ୍ସ ଦେଉଥିଲେ, ଘରୁ ଉଠାଇ ଆଣିଲା ଏନ୍‌ସିବି

ମୁମ୍ବାଇ: ଡ୍ରାଗ୍ସ ମାମଲାରେ ଯାଂଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଛି ବଡ ସଫଳତା। ବଲିଉଡ ସେଲେବ୍ରିଟିଙ୍କୁ ଡ୍ରଗ୍ସ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଗିରଫ ଏନ୍‌ସିବି କରିଛି । ଗିରଫ ଯୁବକ ଜଣକ ୧୯ ବର୍ଷୀୟ କଲେଜ ଛାତ୍ର ବୋଲି ଜଣାପଡିଛି।

ରିପୋର୍ଟ ମୁତାବକ, ୧୯ ବର୍ଷୀୟ ଏହି ଯୁବକ ଜଣକ ନିକଟରୁ ବିପୁଳ ଡ୍ରଗ୍ସ ଏବଂ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ତା’ଘରୁ ଏନ୍‌ସିବି ଏହି ଛାତ୍ର ଜଣଙ୍କୁ ଉଠାଇ ଆଣିଛି।  ସେପଟେ ଗିରଫ ପରେ ଉକ୍ତ ଯୁବକ ଜଣଙ୍କୁ ଅଧିକ ପଚରାଉଚରା ପାଇଁ କୋର୍ଟ ୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟ ପରେ ବଲିଉଡରେ ଡ୍ରଗ୍ସ ମାମଲା ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି। ନିକଟରେ ଏହି ମାମଲାରେ ଏନସିବି ଏକ ଚାର୍ଜସିଟ୍ ଦାଖଲ କରିଛି। ବେଆଇନ ଭାବେ ଡ୍ରଗ୍ସ ଚୋରା ଚାଲାଣ ତଥା ଏହାକୁ କିଣିବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୨ ଜଣଙ୍କ ବିରୋଧରେ ତଦନ୍ତ ଏଜେନ୍ସି ଅଭିଯୋଗ ଆଣିଛି। ଏସବୁଙ୍କ ନାଁରେ NDPS ଧାରା-୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୂର୍ବରୁ ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ରିୟା ଏବଂ ସୌଭିକ୍ ଏବେ ଜାମିନରେ ଅଛନ୍ତି। ଏହା ବ୍ୟତୀତ ଦୀପିକା ପାଦୁକୋନ, ସାରା ଅଲି ଖାନ, ଅର୍ଜୁନ ରାମପାଲ ଏବଂ ତାଙ୍କ ଭଉଣୀ,  ଶ୍ରଦ୍ଧା କପୁର ଓ ରାକୁଲ ପ୍ରୀତ ସିଂଙ୍କ ପରି ଅନେକ ବଲିଉଡ କଳାକାରଙ୍କୁ ପୂର୍ବରୁ ଡ୍ରଗ୍ସ ମାମଲାରେ ଏନ୍‌ସିବି ପଚରାଉଚରା କରିସାରିଛି ।

The post ବଲିଉଡ ସେଲେବ୍ରିଟିଙ୍କୁ ଡ୍ରଗ୍ସ ଦେଉଥିଲେ, ଘରୁ ଉଠାଇ ଆଣିଲା ଏନ୍‌ସିବି appeared first on Odisha Reporter.



from Odisha Reporter https://ift.tt/3lJUG3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages