ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, କେନ୍ଦ୍ରମନ୍ତ୍ରୀ ଲଢ଼ିବେ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, କେନ୍ଦ୍ରମନ୍ତ୍ରୀ ଲଢ଼ିବେ ନିର୍ବାଚନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ୬୩ ଜଣ ପ୍ରାର୍ଥୀ ରହିଛନ୍ତି। ଆଉ ଏହି ୬୩ ଜଣଙ୍କ ମଧ୍ୟରେ ବିଜେପିର ଚାରି ସାଂସଦ ଓ ଟଲିଉଡର ୪ କଳାକାର ରହିଛନ୍ତି। ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଟୋଲାଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ଜଣାଶୁଣା ଅର୍ଥନୀତିଜ୍ଞ ଅଶୋକ ଲାହିରି ଅଲିପୁରଦ୍ୱାର, ଡୋମଜୁରରୁ ରାଜୀବ ବାନାର୍ଜୀ, ସିଙ୍ଗୁରରୁ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ତାରକେଶ୍ୱରରୁ ପ୍ରାର୍ଥୀ ହେବେ। ସାଂସଦ ନିଶିଥ ପ୍ରମାଣିକ ଦିନହାଟ ବିଧାନସଭା ଆସନରୁ, ତାଲିଗଞ୍ଜରୁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଅଭିନେତା ୟଶ ଦାସଗୁପ୍ତ ଚଣ୍ଡିତାଲାରୁ ପ୍ରାର୍ଥୀ ହେବେ। ଅଭିନେତ୍ରୀ ପାୟଲ ସରକାର ବେହାଲା ଇଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଡକ୍ଟର ଇନ୍ଦ୍ରନିଲ ଖାନ କସବାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଭିନେତ୍ରୀ ତନୁଶ୍ରୀ ଚକ୍ରବର୍ତ୍ତୀ ହାଓ୍ୱାଡାର ଶ୍ୟାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସାଂସଦ ଲୋକେଟ୍ ଚାଟାର୍ଜୀ ଚୁଞ୍ଚୁଡାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋନାରପୁର ଦକ୍ଷିଣରୁ ଅଞ୍ଜନା ବସୁ ପ୍ରାର୍ଥୀ ହେବେ। ସେହିପରି ହାଓ୍ୱାଡା ଦକ୍ଷିଣରୁ ରାତିସେନ ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି।

ସୂଚନାଯାଗ୍ୟ, ଗତକାଲି ବିଜେପିର ମୁଖ୍ୟ ପାର୍ଟି ଅଫିସରେ କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ, ଆସାମର ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଦଳର ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ବାବାଦରେ ଆଲୋଚନା ହୋଇଥିଲା। ଏହାପରେ ରବିବାର ବିଜେପି ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିବା ବେଳେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପରିବର୍ତ୍ତନର ଲହରୀ ଚାଲିଛି। ଏହି ବିଧାନସଭା ନିର୍ବାଚନରେ ​​ବିଜେପି 200ରୁ ଅଧିକ ଆସନରେ ଜିତିବ ବୋଲି ସେ ଦାବି କରିଛନ୍ତି।

The post ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, କେନ୍ଦ୍ରମନ୍ତ୍ରୀ ଲଢ଼ିବେ ନିର୍ବାଚନ appeared first on Odisha Reporter.



from Odisha Reporter https://ift.tt/2Q322TR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages