ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିଲେ ଅସୁବିଧା କ’ଣ : ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିଲେ ଅସୁବିଧା କ’ଣ : ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି । ବିଧାୟକ ସୁବାସ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି ବୋଲି କହିବା ସହ କ୍ଷମା ମାଗିଲେ ଅସୁବିଧା କଣ ବୋଲି କହିଛନ୍ତି ବାଚସ୍ପତି । ମୋ ମତରେ ସେ ଭୁଲ କରିଛନ୍ତି, ଗୃହ ଠିକ୍ ଭାବେ ଚାଲିବା ପାଇଁ ସେ କ୍ଷମା ମାଗିଲେ ଅସୁବିଧା କ’ଣ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ସେପଟେ ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଅନ୍ୟପକ୍ଷରେ ବିଧାନସଭା ଭିତରେ ଆତ୍ମାହୁତି ଉଦ୍ୟମ କରିବା ଠିକ ହୋଇନାହିଁ ବୋଲି ସେ କହିଛନ୍ତି।  ଗତକାଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କୌଣସି ପରିସ୍ଥିତିରେ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ।

ସୂଚନା ଅନୁଯାୟୀ, ରାଜ୍ୟର ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରୁନଥିବାରୁ ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗତକାଲି ବିଧାନସଭା ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବିଜେପିର ଅନ୍ୟ ବିଧାୟକଙ୍କ ସମେତ କଂଗ୍ରେସ ବିଧାୟକ ସନ୍ତୋଷସିଂ ସାଲୁଜା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ତାଙ୍କ ନିକଟକୁ ଦୌଡ଼ିଯାଇ ତାଙ୍କୁ ସେଥିରୁ ବାରଣ କରିଥିଲେ। କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ତାଙ୍କ ହାତରେ ସାନିଟାଇଜର ବୋତଲକୁ ଛଡ଼ାଇ ନେଇଥିଲେ।

The post ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିଲେ ଅସୁବିଧା କ’ଣ : ବାଚସ୍ପତି appeared first on Odisha Reporter.



from Odisha Reporter https://ift.tt/2Olhfzb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages