ଆଜି ମମତା-ଶୁଭେନ୍ଦୁଙ୍କ ମଧ୍ୟରେ କଡ଼ା ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ଆଜି ମମତା-ଶୁଭେନ୍ଦୁଙ୍କ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୩ଟି ଜିଲ୍ଲାର ୩୦ଟି ସିଟ୍‌ ସମେତ ଆସାମର ୩୯ ଆସନରେ ମତଦାନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ  ସନ୍ଧ୍ୟା ୬ଟା ଯାଏଁ ଚାଲିବ ।

ମତଦାନ ହେଉଥିବା ୩୦ ଆସନ ମଧ୍ୟରୁ ନନ୍ଦିଗ୍ରାମକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ତୃଣମୂଳ କଂଗ୍ରେସର କବଜାରେ ଥିବା ନନ୍ଦିଗ୍ରାମରେ ଏଥର ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୂର୍ବତନ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି ।  ବାମମେଣ୍ଟରୁ ମିନାକ୍ଷୀ ମୁଖାର୍ଜୀ ମଧ୍ୟ ରଣାଙ୍ଗନରେ ଅଛନ୍ତି। ଏହି ଆସନରେ କିଏ ବାଜିମାତ କରିବ ତାହା ଉପରେ ସମସ୍ତଙ୍କ ଆଖି ରହିଛି।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର ଓ ବାଙ୍କୁରା ଜିଲ୍ଲାରେ ନିର୍ବାଚନ ହେଉଛି। ସେଥିମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ନନ୍ଦିଗ୍ରାମ। ନନ୍ଦିଗ୍ରାମରୁ ମମତା ବାନାର୍ଜୀ ଛିଡ଼ା ହୋଇଥିବା ବେଳେ ବହୁ ଦିନ ହେବ ସେ ସେଠାରେ ପ୍ରଚାର ଚଳାଇଛନ୍ତି । ଅପରପକ୍ଷେ ତାଙ୍କ ପୂର୍ବ ସହଯୋଗ ତଥା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଲାଗି ବିଜେପିର ଅମିତ ଶାହଙ୍କ ସମେତ ବହୁ ତୁଙ୍ଗ ନେତା ନନ୍ଦିଗ୍ରାମରେ ଡେରା ପକାଇଥିଲେ। ଆଜି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ମୋଟ୍ ୧୭୧ ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୫୨ ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ୧୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଦକ୍ଷିଣ ୨୪ ପ୍ରଗଣା, ବାଙ୍କରା ଓ ମେଦିନିପୁର ଜିଲ୍ଲାରେ ଭୋଟ୍ ନିଆଯାଉଛି । ନନ୍ଦିଗ୍ରାମ ଆସନରେ ପୂର୍ବରୁ ବାମଦଳ ୮ ଥର ଜିତିଥିବା ବେଳେ ଟିଏମ୍‌ସି ୩ ଥର ବିଜୟୀ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପାନସକୁରାର ପଶ୍ଚିମରେ ଟିଏମ୍‌ସିର ଫିରୋଜା ବିବି, ମୋୟନାରେ ଟିଏମ୍‌ସିର ସଂଗ୍ରାମ ଦୋଲୁଇ ଓ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ।

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସମସ୍ତ ୩୧ଟି ବିଧାନସଭା ଆସନରେ ଟିଏମସିର ଦବଦବା ରହିଛି । ୨୦୧୬ରେ ୩୧ରୁ ୨୯ଟି ସିଟ୍‌ରେ ଟିଏମ୍‌ସି ଜିତିଥିଲା । ଗତ ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ହାର ବଢ଼ିଥିଲେ ବି ବିଜୟୀ ହେବାରେ ବିଫଳ ହୋଇଥିଲା । ତୃତୀୟ  ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୬ରେ ହେବ।

ସେହିପରି ଆସାମ ବିଧାନସଭା ପାଇଁ ମଧ୍ୟ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି।  ୩୯ଟି ସିଟ୍‌ରେ ୩୪୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୭୩ ଲକ୍ଷରୁ ଅଧିକ ଭୋଟର୍ । ମୈଦାନରେ ରହିଛନ୍ତି ୨୬ ଜଣ ମହିଳା ଏବଂ ୧୭୬ ସ୍ୱାଧୀନ ପ୍ରାର୍ଥୀ । ଦ୍ୱିତୀୟ ପର୍ଯ୍ୟାୟର  ଅଧିକାଂଶ ଆସନରେ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱ ମହାମେଣ୍ଟ ମଧ୍ୟରେ ସିଧାସଳଖ ଲଢେଇ ହେଉଛି ।

The post ଆଜି ମମତା-ଶୁଭେନ୍ଦୁଙ୍କ ମଧ୍ୟରେ କଡ଼ା ଟକ୍କର appeared first on Odisha Reporter.



from Odisha Reporter https://ift.tt/3ub9ydV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages