ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନପାଇଲା ଯାଏ ଲଢ଼େଇ ଜାରି ରହିବ। ଆଜି ବସିଥିବା ବିଜେପି ରାଜ୍ୟ କାର୍ଯ୍ୟାରିଣୀରେ ଏନେଇ ନିଷ୍ପତ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେପି କାର୍ଯ୍ୟକାରିଣୀ ସଂପର୍କରେ ପୃଥ୍ୱୀରାଜ ହରିଚନ୍ଦନ।
କାର୍ଯ୍ୟକାରିଣୀ ସଂପର୍କରେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ରାଜ୍ୟର ସୀମା ବିବାଦ, ଚାଷୀ ସମସ୍ୟା ଓ ପିଏମ୍ ଆବାସ ପ୍ରସଙ୍ଗରେ ସମାଲୋଚନା ହୋଇଛି। PM ଆବାସରେ ଦେଢ଼ ବର୍ଷରେ ଗୋଟିଏ ମଧ୍ୟ ଓ୍ୱାର୍କ ଅର୍ଡର ଦିଆଯାଇନି। ଯୋଗ୍ୟ ହିତାଧିକାରୀ ଘର ନ ପାଇବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ।”
ସେ ଆହୁରି କହିଛନ୍ତି, “କୋଭିଡ୍ ସମୟରେ ୧ ଲକ୍ଷ କୋଟି ଅନୁଦାନ ଘୋଷଣା କରାଯାଇଥିଲା। କିନ୍ତୁ ଏଠି କାମ ନ ମିଳିବାରୁ ଘରଦ୍ୱାର ଛାଡ଼ି ଅନ୍ୟ ରାଜ୍ୟକୁ ଯାଉଛନ୍ତି ପ୍ରବାସୀ। ମନରେଗାରେ ବିଜେଡି ନେତା ଓ କର୍ମୀ ଲାଭ ପାଇଛନ୍ତି। ଶିଶୁ ନିଖୋଜ, ମହିଳା ହିଂସାରେ ଓଡ଼ିଶା ଏକ ନମ୍ବର। କୋଟିଆ ନେଇ ପଡ଼ୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇପାରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରୋକିଛି କିଏ? ଓଡ଼ିଶା ଚାଷୀ ଅଧିକ ପଇସା ପାଆନ୍ତୁ ରାଜ୍ୟ ସରକାର ଚାହୁଁନାହାନ୍ତି। ତେଣୁ କେନ୍ଦ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ପଛଘୁଞ୍ଚା। ପଞ୍ଚାୟତର ବିକାଶ ପାଇଁ କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି। କିନ୍ତୁ ଦୁର୍ଭାଗ୍ୟ ରାଜ୍ୟ ସରକାର ବିକାଶକୁ ବନ୍ଦ କରିବାକୁ ଚାହୁଁଛନ୍ତି।”
ସେପଟେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଚଳଚଞ୍ଚଳ ହୋଛି ରାଜ୍ୟ ବିଜେପି କାର୍ଯ୍ୟାଳୟ। ୬ ଏପ୍ରିଲ୍ ଅର୍ଥାତ ବିଜେପିର ପ୍ରତିଷ୍ଠା ଦିବସ ସୁଦ୍ଧା ସବୁ ମଣ୍ଡଳ ସଶକ୍ତ ହେବ। ୨୫ ସେମ୍ବର ଅର୍ଥାତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ସୁଦ୍ଧା ବୁଥ୍ ଗଠନ କାର୍ଯ୍ୟ ଶେଷ ହେବ। ୨୫ ଡିସେମ୍ବର ଅର୍ଥାତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସୁଦ୍ଧା ସବୁ ବୁଥ୍ରେ ସକ୍ରିୟ ପନ୍ନା ପ୍ରମୁଖ ନିଯୁକ୍ତ ହୋଇଯିବା ଆବଶ୍ୟକ। ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ଏଭଳି ଟାର୍ଗେଟ୍ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଏହାକୁ କାର୍ଯ୍ୟକାରୀ କରିବାରେ ଲାଗି ପଡିଛି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟ ପାଲସିଂ। ଘନଘନ ବୈଠକ କରି ଏହାର ସମୀକ୍ଷା କରୁଛନ୍ତି। ୩୬ ହଜାର ବୁଥ୍ ଓ ୧ ହଜାର ମଣ୍ଡଳରେ ବିଜେପି ନିଜର ସଂଗଠନକୁ ବିସ୍ତାର କରିବା ଉପରେ ମଧ୍ୟ ଫୋକସ୍ କରୁଛି। ଯାହା ପଛରେ ରହିଛି ଅମିତ ଶାହଙ୍କ ମିଶନ ୧୨୦ ପ୍ଲସ୍ ଓ ନଡ୍ଡାଙ୍କ ୫୦ ପ୍ରତିଶତ ଭୋଟ୍ ହାସଲ ସ୍ୱପ୍ନକୁ ସାକାର କରିବା।
The post ‘ହିତାଧିକାରୀ ଘର ନପାଇଲା ଯାଏ ଲଢ଼େଇ ଚାଲିବ’ appeared first on Odisha Reporter.
from Odisha Reporter https://ift.tt/3sVZODN
No comments:
Post a Comment