ବଢ଼ିଲା କରୋନା ଗ୍ରାଫ: ଦିନକରେ ୨୨ ହଜାରରୁ ଅଧିକ ସଂକ୍ରମିତ, ୧୨୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

ବଢ଼ିଲା କରୋନା ଗ୍ରାଫ: ଦିନକରେ ୨୨ ହଜାରରୁ ଅଧିକ ସଂକ୍ରମିତ, ୧୨୬ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଦୈନିକ ସଂକ୍ରମଣ ୨୦ ହଜାର ଭିତରେ ରହୁଥିଲା। ହେଲେ ଆଜି ଦୈନିକ ସଂକ୍ରମଣ ୨୨ ହଜାର ପାର କରିଛି। ସେହିପରି ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ୧୨୬ ଜଣଙ୍କ ମୁଣ୍ଡ ନେଇଛି।

ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୧୩ ହଜାର ପାର୍‌ କରିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା କୁହାଯାଉଛି। ବର୍ଦ୍ଧିତ ସଂକ୍ରମଣକୁ ଦେଖି ସରକାର ଓ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିବା ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତ ବଢ଼ୁଥିବାରୁ କିଛି ସ୍ଥାନରେ ଆଶିଂକ ଲକଡାଉନ ମଧ୍ୟ ଲାଗୁ କରାଯାଇଛି। କେନ୍ଦ୍ରୀୟ ଟିମ୍‌ ବି ସ୍ଥିତି ଅନୁଧ୍ୟାନ କରୁଛି। ତଥାପି ରାଜ୍ୟରେ ସଂକ୍ରମିତ ହାରରେ ବ୍ରେକ ଲାଗୁନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୨, ୮୫୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୮୫ ହଜାର ୫୬୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧,୦୯,୩୮,୧୪୬ ଜଣ ସୁସ୍ଥ ହୋଇ ସାରିଲେଣି। ୨୪ ଘଣ୍ଟାରେ ୧୮,୧୦୦ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୧,୮୯, ୨୨୬ ରହିଛି। ଅନ୍ୟପକ୍ଷରେ ୨୪ ଘଣ୍ଟାରେ କରୋନା ୧୨୬ ଜଣଙ୍କ ମୁଣ୍ଡ ନେବାରୁ ମୋଟ ମୃତ୍ୟୁସଂଖ୍ୟା ୧,୫୮,୧୮୯ରେ ପହଞ୍ଚି ଯାଇଛି।

ଦେଶରେ ଏଯାଏ ମୋଟ ୨.୫୨ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଲାଣି। କେବଳ ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ୯.୨୨ ଲକ୍ଷଙ୍କୁ କରୋନା ଟିକାର ଡୋଜ୍‌ ଦିଆଯାଇଛି। ଟିକା ନେଇଥିବା ମୋଟ ୨, ୫୨,୮୯,୬୯୩ ଜଣଙ୍କ ମଧ୍ୟରେ ୭୧,୭୦,୫୧୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୭୦,୩୧, ୧୪୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଗୋଟିଏ ଲେଖାଏ ଡୋଜ୍‌ ଦିଆଯାଇଛି। ସେହିପରି ୩୯,୭୭,୪୦୭ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୫,୮୨, ୧୧୮ ଜଣ ସମ୍ମୁଖ ଯୋଦ୍ଧାଙ୍କୁ କରୋନାର ଦ୍ୱିତୀୟ ଡୋଜ୍‌ ଦିଆଯାଇଛି।

ଏହାବାଦ୍‌ ବହୁବିଧ ରୋଗରେ ପୀଡ଼ିତ ଥିବା ୯,୨୯,୩୯୫ ଜଣ ଓ ୫୫,୯୯,୧୪୩ ଜଣ ବରିଷ୍ଠ ନାଗରିକଙ୍କୁ ମଧ୍ୟ କରୋନାର ପ୍ରଥମ ଡୋଜ୍‌ ଦିଆଯାଇଛି।

The post ବଢ଼ିଲା କରୋନା ଗ୍ରାଫ: ଦିନକରେ ୨୨ ହଜାରରୁ ଅଧିକ ସଂକ୍ରମିତ, ୧୨୬ ମୃତ appeared first on Odisha Reporter.



from Odisha Reporter https://ift.tt/3teHGW5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages