ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ୬ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 13, 2021

ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ: ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ହିଁ ଟଳି ପଡିଲେ ୬ ଜଣ। ଅନ୍ୟ ୬ଜଣଙ୍କ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରେଯାଇଛି। ଆଜି ଭୋରୁ ଆନ୍ଧ୍ରପ୍ରେଦଶର ଗୋଲାପଲ୍ଲି ଗାଁରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା।

ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏକ ଅଟୋରିକ୍ସାରେ ୧୨ ଜଣ ବସି ନିକଟସ୍ଥ ଗାଁକୁ ଯାଉଥିଲେ । ଏତିକି ବେଳେ ପଛପଟୁ କ୍ଷିପ୍ରଗତିରେ ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଟୋ ଡ୍ରାଇଭର ସମେତ ୬ଜଣ ପ୍ରଣା ହରାଇଥିଲେ। ଅନ୍ୟ ୬ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି।

ସେପଟେ ଗୁରୁତରଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଘଟଣାର ତଦନ୍ତ କରୁଥିବା ପୁଲିସ ସୂଚନା ଦେଇଛି। ଦୁର୍ଘଟାଗ୍ରସ୍ତ ଅଟୋ ଏବଂ ଟ୍ରକ୍‌କୁ ପୁଲିସ ଜବତ କରି ଏକ ଆଇପିସି ଧାରା ୩୦୪ରେ ଏକ ମାମଲା ରୁଜୁ କରିଛି। ପୁଲିସ ତଦନ୍ତ ଜାରି ରଖିଛି ।

The post ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ୬ ଜୀବନ appeared first on Odisha Reporter.



from Odisha Reporter https://ift.tt/3rGbRVD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages