ଶ୍ରୀନଗର: ଦକ୍ଷିଣ ଜମ୍ମୁ-କାଶ୍ମୀରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହି ସେନା ଅପରେସନରେ ଜୈଶ୍ର ଟପ୍ କମାଣ୍ଡର ବିଲାୟତ ଓରଫ ସଜ୍ଜାଦ ଅଫଗାନି ଫସିଛି। ସଜାଦ ୨୦୧୮ରୁ କାଶ୍ମୀର ଘାଟିରେ ସକ୍ରିୟ ଥିଲା । ଯଦି ସେ ସେନାର ଅଫରେସନରେ ନିହତ ହୁଏ ତେବେ ଏହାକୁ ବଡ ସଫଳତା ବୋଲି କୁହାଯିବ । ସେପଟେ ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ । ତା ନିକଟରୁ ଏମ୍-୪ କାର୍ବଇନ, ୩୬ଟି ଗୁଳି, ନଗଦ ୯,୬୦୦ଟଙ୍କା ଏବଂ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।
ଏବେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଘେରି ରହିଛନ୍ତି । ଏପରିକି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ସିଲ୍ କରି ଦିଆଯାଇଛି । ସୋପିଆନର ରାୱଲପୋରା ଗାଁରେ ଏହି ଆତଙ୍କବାଦୀମାନ ଲୁଚୁ ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲ।।
ଏହାପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟ ଜବାବ ଦେଇଥିଲେ। ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରାତିରେ ଅତଙ୍କବାଦୀମାନ ସ୍ଥାନୀୟ ଲୋକଙ୍କ ବନ୍ଦୀ କରି ରଖିଥିଲେ, କିନ୍ତୁ ସକାଳୁ ସୁରକ୍ଷାକର୍ମୀମାନେ ତାଙ୍କୁ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରିଛନ୍ତି। ରାତି ସାରା ଚାଲିଥିବା ଏହି ଅପରେସନରେ ସକାଳୁ ହିଁ ଯବାନଙ୍କୁ ସଫଳତା ମିଳିଛି।
ଏହାପୂର୍ବରୁ ଜମ୍ମୁ-କାଶ୍ମୀର ପୁଲିସ ଆତଙ୍କବାଦୀଙ୍କ ୭ ସହଯୋଗୀଙ୍କୁ ଗିରଫ କରିଥିବା ଦାବି କରିଥିଲା । ପୁଲିସର କହିବାନୁସାରେ, ଏହି ଆତଙ୍କବାଦୀମାନେ ସୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକ୍ରିୟ ଥିଲେ । ନାକାବନ୍ଦୀ ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ମିଳିଥିବା ପୁଲିସ ସୂଚନା ଦେଇଥିଲା ।
The post ଏନ୍କାଉଣ୍ଟର ଜଣେ ଆତଙ୍କବାଦୀ ମୃତ, ଫସିଲା ଜୈଶ୍ର ଟପ୍ କମାଣ୍ଡର appeared first on Odisha Reporter.
from Odisha Reporter https://ift.tt/3tiiygZ
No comments:
Post a Comment