ତାପସୀ ଓ ଅନୁରାଗଙ୍କ ଘରେ ଆଇଟି ରେଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ତାପସୀ ଓ ଅନୁରାଗଙ୍କ ଘରେ ଆଇଟି ରେଡ୍

ମୁମ୍ବାଇ: ପୁଣି ବଢ଼ିଲା ବଲିଉଡରେ ଅଡୁଆ। ଆୟକର ଜାଲରେ ଛନ୍ଦି ହେଲେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ବିକାଶ ବେହଲ । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଏହି ରେଡ୍ ହୋଇଛି। କେବଳ ସେତିକି ନୁହେଁ ମଧୁ ମନଣ୍ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ‘କ୍ୱାନ’ ଅଫିସରେ ମଧ୍ୟ ଚଢ଼ାଉ ହୋଇଛି।

ଫ୍ୟାଣ୍ଟମ ଫିଲ୍ମରେ ହୋଇଥିବା ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ତେବେ ଏହି ମାମଲାରେ ଆହୁରି ବଡ ବଡ ସେଲେବ୍ରିଟି ମାନଙ୍କ ନାଁ ସାମିଲ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଆୟକର ବିଭାଗ ଖୋଲତାଡ ଜରି ରଖିଛି।

ସୂଚନା ଯୋଗ୍ୟ ଯେ, ଗତ ମାସରେ ବାଲାଜୀ ଟେଲି ଫିଲ୍ମର ନୂଆ ଡିଭିଜନ କଲ୍ଟ ବାଲାଜୀର ଅପକମିଂ ଫିଲ୍ମ ‘ଦୋବାରା’ର ଟିଜର ରିଲିଜ ହୋଇଥିଲା। ଏହାର ଲିଡ୍ ରୋଲରେ ତାପସୀ ପନ୍ନୁ ଥିବା ବେଳେ ଏହି ଥ୍ରୀଲର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅନୁରାଗ କଶ୍ୟପ ଅଛନ୍ତି। ଏହାର ଟିଜର ଭିଡିଓରେ ଅନୁରାଗ ଏବଂ ତାପସୀ ଉଭୟଙ୍କୁ ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ୨୦୨୦ରେ ତାପସୀଙ୍କୁ ଅନୁଭବ ସିହ୍ନାଙ୍କ ଚଳଚ୍ଚିତ୍ର ଥାପଡରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଫିଲ୍ମ ‘ରଶ୍ମୀ ରକେଟ୍’ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହା ସହିତ ସେ ‘ଶବାଶ ମିତୁ’, ‘ହସିନ୍ ଦିଲରୁବା’, ‘ଶବାସ ନାଇଡୁ’ ଏବଂ ‘ଲୁପ୍ ଲାପେଟା’ ଭଳି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ।

The post ତାପସୀ ଓ ଅନୁରାଗଙ୍କ ଘରେ ଆଇଟି ରେଡ୍ appeared first on Odisha Reporter.



from Odisha Reporter https://ift.tt/38667wv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages