ଏମସିଡି ଉପ ନିର୍ବାଚନରେ ଝାଡ଼ୁର କମାଲ, ମଉଳିଗଲା ପଦ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

ଏମସିଡି ଉପ ନିର୍ବାଚନରେ ଝାଡ଼ୁର କମାଲ, ମଉଳିଗଲା ପଦ୍ମ

ନୂଆଦିଲ୍ଲୀ: ଦିଲ୍ଲୀର ୫ ନିଗର ନିଗମ ବୋର୍ଡ ଉପନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି। ୪ଟି ଆସନରେ ଶାସକ ଦଳ ଆପ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଛି। ବିଜେପି କୌଣସି ଆସନରେ ଖାତା ଖୋଲିନପାରି କ୍ଲିନ୍ ବୋଲ୍ଡ ହୋଇଛି। ବିଜେପି ପାଖରେ ଶାଲିମାର ବାଗ (ଉତ୍ତର) ଆସନ ଥିଲା। ଏବେ ଉପନିର୍ବାଚନରେ ଏହି ଆସନ ଆମ୍ ଆଦମୀ ପାର୍ଟି ଦଖଲକୁ ଯାଇଛି। ୨୦୨୨ରେ ସମସ୍ତ ୨୭୨ ଏମସିଡି ୱାର୍ଡରେ ନିର୍ବାଚନ ହେବା ପୂର୍ବରୁ ଏହି ଉପ-ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଉଥିଲା। ଆସନ୍ତାବର୍ଷ ହେବାକୁ ଥିବା ଏମସିଡି ନିର୍ବାଚନ ପୂର୍ବରୁ ଏହି ଫଳାଫଳ ବିଜେପି ପାଇଁ ବଡ଼ ସଙ୍କେତ ବୋଲି କୁହାଯାଉଛି।

୫ ଆସନରୁ ୪ ଆସନରେ ଆପ୍ ବିଜୟୀ ହେବା ପରେ ଦଳୀୟ କର୍ମୀ ଖୁସି ମନାଇଛନ୍ତି। କେଜ୍ରିଓ୍ୱାଲ ସରକାରର କାମ ଦେଖି ଲୋକେ ଭୋଟ୍ ଦେଇଛନ୍ତି। ଦୀର୍ଘ ୧୫ ବର୍ଷ ଧରି ବିଜେପି ଏମସିଡିକୁ ନିଜ କବଜାରେ ରଖିଛି। କୌଣସି ବିକାଶମୂଳକ କାମ ବିଜେପି କରୁ ନାହିଁ। ତେଣୁ ଲୋକମାନେ ଆପ୍ ମୁହାଁ ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ଦିଲ୍ଲୀର ଶାଲିମାର ବାଗ (ଉତ୍ତର), ରୋହିଣୀ-ସି, ତ୍ରିଲୋକପୁରୂ, କଲ୍ୟାଣପୁରୀରେ ଆମ୍ ଆଦମୀ ପାର୍ଟି ବିଜୟୀ ହୋଇଛି। ଚୌହ୍ୱାନ ବାଙ୍ଗର ବୋର୍ଡ଼ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ଉପନିର୍ବାଚନରେ ତିନି ଦଳ ଜୋରଦାର ପ୍ରଚାର କରିଥିଲେ। ଫେବୃଆରୀ ୨୮ରେ ଭୋଟିଂ ହୋଇଥିଲା।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀବାସୀ ପୁଣି ଥରେ କାମକୁ ଦେଖି ଭୋଟ୍ ଦେଇଛନ୍ତି। ସମସ୍ତଙ୍କୁ ଏଥିପାଇଁ ଅଭିନନ୍ଦନ। ଏମସିଡିରେ ୧୫ ବର୍ଷର ବିଜେପି କ୍ଷମତାରେ ଥିବାରୁ ଲୋକେ ଅସୁବିଧାରେ ପଡ଼ିଛନ୍ତି।

ଏହି ଉପ-ନିର୍ବାଚନରେ ​​ମୋଟ ଭୋଟ୍ ୫୦.୮୬ ପ୍ରତିଶତ ଥିଲା। କଲ୍ୟାଣପୁରୀର ସର୍ବାଧିକ ମତଦାନ ୫୯.୧୯ ପ୍ରତିଶତ ଥିବାବେଳେ ଶାଲିମର ବାଗରେ ସର୍ବନିମ୍ନ ୪୩.୨୩ ପ୍ରତିଶତ ମତଦାନ ହୋଇଥିଲା। ଏଥିସହ ରୋହିନୀରେ ୪୪.୫୮ ପ୍ରତିଶତ ଭୋଟ୍, ତ୍ରିଲୋକପୁରୀରେ ୫୫.୯୫, ଚୌହାନ ବଙ୍ଗରରେ ୫୫.୬୦ ପ୍ରତିଶତ ମତଦାନ ହୋଇଥିଲା।

କରୋନା ମହାମାରୀ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ହୋଇଥିଲା। ଭୋଟ୍ ପାଇଁ ୩୨୭ ଟି କେନ୍ଦ୍ର ଥିଲା ଏବଂ ୨୬ ଜଣ ପ୍ରାର୍ଥୀ ଏଥିପାଇଁ ବିବାଦରେ ଥିଲେ। ମହିଳାମାନଙ୍କ ପାଇଁ ଶାଲିମାର ବାଗ (ଉତ୍ତର) ଆସନ ସଂରକ୍ଷିତ ଥିବାବେଳେ ତ୍ରିଲୋକପୁରୀ ଏବଂ କଲ୍ୟାଣପୁରୀ ଏସସି ବର୍ଗ ପାଇଁ ସଂରକ୍ଷିତ ଥିଲା।

The post ଏମସିଡି ଉପ ନିର୍ବାଚନରେ ଝାଡ଼ୁର କମାଲ, ମଉଳିଗଲା ପଦ୍ମ appeared first on Odisha Reporter.



from Odisha Reporter https://ift.tt/3kDBEuM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages