ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରିଫରଲ ହସ୍ପିଟାଲକୁ ଆସି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ରାଷ୍ଟ୍ରପତି ଟିକା ନେବାପରେ କହିଛନ୍ତି, ଭାରତରେ ସବୁଠୁ ବଡ଼ ଟିକାକରଣ ଚାଲିଛି। ଏହା ଗର୍ବର ବିଷୟ। ଦୁଇଟି ଯାକ ଦେଶରେ ତିଆରି ହୋଇଛି। ସେଥିମଧ୍ୟରୁ କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ୱଦେଶୀ।
Delhi: President Ram Nath Kovind receives first dose of COVID19 vaccine at RR Hospital pic.twitter.com/5dnJxBRQ9a
— ANI (@ANI) March 3, 2021
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍ସକୁ ଆସି ଟିକା ନେଇଥିଲେ। ଏହାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ହର୍ଷବର୍ଦ୍ଧନ, ରାଜନାଥ ସିଂହ, ଏନସିପି ନେତା ଶରଦ ପାଓ୍ୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଇଛନ୍ତି।
ମାର୍ଚ୍ଚ ୧ ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଏବଂ ୪୫ ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ବହୁବିଧ ରୋଗୀ ଟିକା ନେଉଛନ୍ତି। ଏଯାବତ ୨,୦୮,୭୯୧ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି।
ଟିକାକରଣ ଅଭିଯାନର ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାୟ ତିନି କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟିକାକରଣ କରାଯାଇଥିଲା। ଉଭୟ ସରକାରୀ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲରେ ଟିକାକରଣ ଚାଲିଛି। ଘରୋଇ ହସ୍ପିଟାଲରେ ୨୫୦ ଟଙ୍କା ଦେଇ ଟିକା ନେଉଛନ୍ତି ହିତାଧିକାରୀ।
The post ଟିକା ନେଲେ ରାଷ୍ଟ୍ରପତି appeared first on Odisha Reporter.
from Odisha Reporter https://ift.tt/3uPzhtO
No comments:
Post a Comment