କାହା ପ୍ରେମରେ ଉବୁଟୁବୁ କିଆରା? ନିଜେ କଲେ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

କାହା ପ୍ରେମରେ ଉବୁଟୁବୁ କିଆରା? ନିଜେ କଲେ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ। ଖୁବ କମ୍‌ ଦିନରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି ସେ। ବି-ଟାଉନର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାଁ ମଧ୍ୟ ଏବେ ଯୋଡି ହୋଇଯାଇଛି। କିଆରା ସର୍ବଦା ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ଏଥିସହ ବିଭିନ୍ନ ପାର୍ଟି ତଥା ହଲିଡେ’ରେ ତାଙ୍କ ରୁମର ବୟଫ୍ରେଣ୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରାଙ୍କୁ ଏକାଠି ଦେଖିବାକୁ ମିଳେ । ଏ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ତେବେ ମିଡିଆ ଆଗରେ ନିଜ ପ୍ରେମ ସମ୍ପର୍କକୁ ନେଇ କେବେ ବି ମୁହଁ ଖୋଲି ନାହାନ୍ତି ଉଭୟ।

କିଆରା ପ୍ରକୃତରେ କାହା ପ୍ରେମରେ ଉବୁଟୁବୁ ହେଉଛନ୍ତି ଏବଂ କାହାକୁ ଡେଟ୍‌ କରୁଛନ୍ତି ସେ ନେଇ ନିକଟରେ ନିଜେ ଖୁଲାସା କରିଛନ୍ତି। ଏକ ସାକ୍ଷାତକାର୍‌ରେ କିଆରା ନିଜ ଡେଟିଂକୁ ନେଇ ମୁହଁ ଖୋଲିଛନ୍ତି। ନାଁ ନନେଇ ସେ ତାଙ୍କ ପ୍ରଶଂସକଙ୍କୁ ଏକ ହିଣ୍ଟ ଦେଇଛନ୍ତି। ଶେଷଥର ପାଇଁ ଚଳିତବର୍ଷ ସେ ଯାହା ସହ  ଛୁଟି ବିତାଇବା ପାଇଁ ଯାଇଥିଲେ,ତାଙ୍କୁ ହିଁ ଡେଟ୍‌ କରୁଥିବା କିଆରା କହିଛନ୍ତି। ଏଥିସହ ଆପଣମାନେ ଏଥିରୁ ହିଁ ଅନୁମାନ ଲଗାନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କିଆରା ଏବଂ ସିଦ୍ଧାର୍ଥ ମଲହୋତ୍ରା ମିଶି ଚଳିତ ବର୍ଷ ମଲଦ୍ୱିତ ହଲିଡେ’ରେ ଯାଇଥିଲେ। ତାଙ୍କ ଭେକେସନ ବେଳର କିଛି ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏହାପରେ ସିଦ୍ଧାର୍ଥ ଏବଂ କିଆରାଙ୍କ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଫିଲ୍ମ `ଇନ୍ଦୁ କି ଜୱାନୀ’ରେ କିଆରାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅପୋଜିଟ୍‌ରେ ଆଦିତ୍ୟ ସିଲ୍‌ ନଜର ଆସିଥିଲେ। ଆଗକୁ ତାଙ୍କର  ଫିଲ୍ମ `ଶେରସାହା’ ଆସିବାକୁ ଅଛି। ଏଥିରେ ସିଦ୍ଧାର୍ଥଙ୍କ ଅପୋଜିଟ୍‌ରେ କିଆରା ନଜର ଆସିବେ। ବର୍ତ୍ତମାନ କିଆରା ତାଙ୍କ ଆଗାମୀ ଫିଲ୍ମ `ଜୁଗ୍‌ ଜୁଗ୍‌ ଜିଓ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କୁ ବରୁଣ ଧୱନଙ୍କ ଅପୋଜିଟ୍‌ରେ ଦେଖିବାକୁ ମିଳିବ।

 

View this post on Instagram

 

A post shared by KIARA (@kiaraaliaadvani)

The post କାହା ପ୍ରେମରେ ଉବୁଟୁବୁ କିଆରା? ନିଜେ କଲେ ଖୁଲାସା appeared first on Odisha Reporter.



from Odisha Reporter https://ift.tt/38QdmJo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages