ରେସଲର ଗୀତା ଓ ବବିତାଙ୍କ ଭଉଣୀ ରିତିକାଙ୍କ ମୃତଦେହ ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ରେସଲର ଗୀତା ଓ ବବିତାଙ୍କ ଭଉଣୀ ରିତିକାଙ୍କ ମୃତଦେହ ମିଳିଲା

ରୋହତକ: ଚାମ୍ପିୟନ ରେସଲର ଗୀତା ଓ ବବିତା ଫୋଗାଟ୍‌ଙ୍କ ସମ୍ପର୍କୀୟ ଭଉଣୀ ରିତିକା ଫୋଗାଟଙ୍କ ମୃତଦେହ ମିଳିଛି। ସେ ହରିଆଣା ସ୍ଥିତ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗୀତା ଓ ବବିତାଙ୍କ ଭଳି ରିତିକା ମଧ୍ୟ ଜଣେ ରେସଲର। ତାଙ୍କ ବୟସ ୧୭ ହୋଇଥିବା ବେଳେ ସେ ଏକାଧିକ ଥର ରାଜ୍ୟସ୍ତରୀୟ ସବ ଜୁନିୟର ଓ ଜୁନିୟର କୁସ୍ତିରେ ଭାଗନେଇଥିଲେ।

ସେ ନିକଟରେ ଶେଷ ହୋଇଥିବା ଗୋଟିଏ କୁସ୍ତି ଟୁର୍ଣ୍ଣାମେଣ୍ଟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଭାବେ ଲଢ଼େଇ କରି ଫାଇନାଲରେ ପରାସ୍ତ ହୋଇଥିଲେ। ଏହାକୁ ନେଇ ସେ ମାନସିକ ଚିନ୍ତାରେ ରହୁଥିଲେ। ଏହି କାରଣରୁ ସେ ଜୀବନ ହାରିଥିବା କୁହାଯାଉଛି। ପୁଲିସ୍‌ କହିଛି ଯେ ୧୭ ବର୍ଷୀୟ ରିତିକା ରାଜସ୍ଥାନର ଭରତପୁର ଠାରେ ୧୨ରୁ ୧୪ ମାର୍ଚ୍ଚ ଯାଏ ଆୟୋଜିତ ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ମହାବୀର ଫୋଗାଟ୍‌ ଓ ରିତିକାଙ୍କ ବାପା ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ସେ ମାତ୍ର ଗୋଟିଏ ପଏଣ୍ଟରେ ହାରି ଯାଇଥିଲା। ଏହାକୁ ନେଇ ସେ ବେଶ ଚିନ୍ତାରେ ରହୁଥିଲେ। ସୋମବାର ବିଳମ୍ବିତ ରାତିରେ କିମ୍ବଦନ୍ତୀ ରେସଲର ତଥା ତାଙ୍କ ବଡ଼ବାପା ମହାବୀର ଫୋଗାଟଙ୍କ ଘରୁ ରିତିକାଙ୍କ ମୃତଦେହ ମିଳିଛି। ମହାବୀର ଫୋଗାଟ ଖୋଲିଥିବା ସ୍ପୋର୍ଟସ ଏକାଡେମୀରେ ହିଁ ରିତିକା ଟ୍ରେନିଂ ନେଉଥିଲେ। ମ୍ୟାଚ୍‌ ହାରିବା ଯୋଗୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗୀତା ଓ ବବିତାଙ୍କୁ ମହାବୀର କେମିତି ରେସଲିଂ ଟ୍ରେନିଂ ଦେଇ ବିଶ୍ୱବିଖ୍ୟାତ କରିଥିଲେ, ତା’ର କାହାଣୀ ଆମୀର ଖାନଙ୍କ ଦଙ୍ଗଲ ଫିଲ୍ମିରେ ଦେଖିବାକୁ ମିଳିଥିଲା। ୨୦୧୦ରେ ଗୀତା ପ୍ରଥମ ଭାରତୀୟ ଭାବେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ରେକର୍ଡ କରିଥିଲେ। ୨୦୧୨ରେ ସେ ପ୍ରଥମ ଭାରତୀୟ ରେସଲର ଭାବେ ଅଲିମ୍ପିକ୍ସକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ।

୨୦୧୦ରେ ତାଙ୍କ ଭଉଣୀ ବବିତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୨ ୱାର୍ଲଡ ରେସଲିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ୨୦୧୪ରେ ସେ ଭାରତ ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

The post ରେସଲର ଗୀତା ଓ ବବିତାଙ୍କ ଭଉଣୀ ରିତିକାଙ୍କ ମୃତଦେହ ମିଳିଲା appeared first on Odisha Reporter.



from Odisha Reporter https://ift.tt/3bXeeOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages