ଆପାର୍ଟମେଣ୍ଟର ପାର୍କିଂରେ ଚାଲିଲା ଗୁଳି, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 11, 2021

ଆପାର୍ଟମେଣ୍ଟର ପାର୍କିଂରେ ଚାଲିଲା ଗୁଳି, ୩ ମୃତ

ଟେକ୍ସାସ: ଆମେରିକାର ଟେକ୍ସାସ ଅନ୍ତର୍ଗତ ଦକ୍ଷିଣ ପଶ୍ଚିମ ହୋଷ୍ଟନରେ ଥିବା ଗୋଟିଏ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ପାର୍କିଂରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇ କିଶୋରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଜଣେ କିଶୋରଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ କହିଛି ଯେ ଆମେରିକାରର ସ୍ଥାନୀୟ ସମୟ ରାତି ୧୧ଟା ପରେ ଏହି ଗୁଳିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗୋଟିଏ ଗ୍ରୁପ୍‌ରେ ୫ ଜଣ ଓ ଆଉ ଗୋଟିଏ ଗ୍ରୁପ୍‌ରେ ୨ ଜଣ ବ୍ୟକ୍ତି ଥିଲେ। ଯୁକ୍ତିତର୍କ ଧୀରେଧୀରେ ହାତାହାତି ଆଡ଼କୁ ଯାଇଥିଲା।

ଏହାପରେ ୨ ଜଣିଆ ଗ୍ରୁପ୍‌ର ଜଣେ ବ୍ୟକ୍ତି ବନ୍ଧୁକ କାଢ଼ି ୫ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଜଣେ ୧୮ ବର୍ଷୀୟ ପୁରୁଷ, ଜଣେ ୧୮ ବର୍ଷୀୟ ଯୁବତୀ ଓ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଜଣେ ଟିନ୍‌ଏଜରଙ୍କ ଦେହରେ ଗୁଳିମାଡ଼ ହୋଇଛି। ଏହି ଗ୍ରୁପ୍‌ରେ ଥିବା ୫ମ ବ୍ୟକ୍ତି ଜଣଙ୍କ ଦେହରେ କୌଣସି ଗୁଳି ମାଡ଼ ହୋଇନାହିଁ। ଆହତ କିଶୋରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ପୁଲିସ୍‌ କହିଛି।

ଘଟଣା ପରେ ଗୁଳିମାଡ଼ କରିଥିବା ଦୁଇ ବ୍ୟକ୍ତି ଫେରାର ହୋଇଯାଇଛନ୍ତି। ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲେ ହେଁ ଏଯାଏ କୌଣସି ସୁଫଳ ମିଳିନାହିଁ।

The post ଆପାର୍ଟମେଣ୍ଟର ପାର୍କିଂରେ ଚାଲିଲା ଗୁଳି, ୩ ମୃତ appeared first on Odisha Reporter.



from Odisha Reporter https://ift.tt/30Am1ez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages