ଆବଶ୍ୟକ ସାମଗ୍ରୀ:ଚିକେନ, ପିଆଜ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଦହି, କସ୍ତୁରୀ ମେଥି, ହଳଦି ଗୁଣ୍ଡ, ରିଫାଇନ୍ ତେଲ, ଗୁଜୁରାତି, ଲବଙ୍ଗ, ଡାଲଚିନି, ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ଦିଅନ୍ତୁ। ପିଆଜକୁ ଭାଜି ଅଳ୍ପ ବାଟି ରଖନ୍ତୁ । ଚିକେନରେ ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଦହି, କସ୍ତୁରୀ ମେଥି, ହଳଦି ଗୁଣ୍ଡ ପକାଇ ମ୍ୟାରିନେଟ କରନ୍ତୁ।
କରେଇରେ ତେଲ ଗରମ କରି ଗୋଟା ମସଲା(ଗୁଜୁରାତି, ଲବଙ୍ଗ, ଡାଲଚିନି ) ପକାନ୍ତୁ। ଏହାପରେ ମ୍ୟାରିନେଟ୍ ଚିକେନକୁ ପକାଇ ୧୦ ମିନିଟ୍ ଘୋଡ଼ାଇ ଦିଅନ୍ତୁ।
କିଛି ସମୟ ପରେ ଘୋଡ଼ଣି ବାହାର କରି ଚିକେନ୍କୁ ଓଲଟାଇ ପୁଣି ୫ରୁ ୭ ମିନିଟ୍ ଘୋଡ଼ାଇ ରଖନ୍ତୁ। ଏହାପରେ ଘୋଡ଼ଣୀ ବାହାର କରି ସେଥିରେ ଭଜା ପିଆଜ ବଟା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଚିକେନ ଗୋଲମରିଚ।
The post ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଗୋଲମରିଚ appeared first on Odisha Reporter.
from Odisha Reporter https://ift.tt/30zcUuL
No comments:
Post a Comment