ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଗୁଲାମ ନବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଗୁଲାମ ନବୀ

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହୋଇଛି କମ୍ପନ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସକା କରି ଅଡୁଆରେ ପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ଜମ୍ମୁ-କାଶ୍ମୀରରେ ଜି-୨୩ ନେତାଙ୍କୁ ଭେଟିବା ଓ ଗୁଲାମ ନବୀ ଆଜାଦଙ୍କ ତରଫରୁ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ପରେ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।

ଏହି ମାମଲାରେ ଜମ୍ମୁ-କାଶ୍ମୀର ପିସିସି ସଭାପତି ଗୁଲାମ ଅହମ୍ମଦ ମୀର ଦିଲ୍ଲୀ ଯାଇ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେ ରାଜ୍ୟ ପ୍ରଭାରୀ ରଜନୀ ପାଟିଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଗୁଲାମ ଅହମ୍ମଦ ମୀର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ସେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବୈଠକ କରିପାରନ୍ତି ।

ସୁଚନା ଅନୁସାରେ, ମୀର୍ ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦେଖି ଜାତୀୟ ନେତାଙ୍କୁ ଅବଗତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଗୁଲାମନବୀ, ମୋଦୀଙ୍କୁ କରିଥିବା ପ୍ରଶଂସା କାରଣରୁ ଦଳର ରାଜ୍ୟସ୍ତରୀୟ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି ।

ଗତ କିଛିଦିନ ତଳେ ଜମ୍ମୁରେ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ପକ୍ଷରୁ ଏକ କାର୍ଯ୍ୟକ୍ରମଆୟୋଜନ କରିଥିଲେ । ଏହାର ମୁଖ୍ୟ ଥିଲେ ଗୁଲାମ ନବୀ ଆଜାଦ । ଏହି କାର୍ଯ୍ୟକ୍ରମରେ ଜି-୨୩ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଦଳର ରାଜ୍ୟ ସଭାପତିଙ୍କୁ ଡକା ଯାଇନଥିଲା । ଆଜାଦ ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ନେତାଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ।

ଗୁଲାମ ନବୀଙ୍କ ଏଭଳି ମୋଦିଙ୍କୁ ପ୍ରଶଂସାବାଜୀ, ଜି-୨୩ର ଅନେକ ନେତାଙ୍କୁ ପସନ୍ଦ ଆସିନଥିଲା । ଆଜାଦ ଏପରି କହିବା ଠିକ୍ ନୁହେଁ। ଏହା ଜି-୨୩କୁ ମଜବୁତ କରିବା ଲକ୍ଷ୍ୟଠୁ ଦୂରରେ ବୋଲି କଂଗ୍ରେସ ନେତାମାନେ କହିଛନ୍ତି ।

The post ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଗୁଲାମ ନବୀ appeared first on Odisha Reporter.



from Odisha Reporter https://ift.tt/3bXNrR0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages