କୋଲକତା:ସକାଳୁ ସକାଳୁ କପେ ଗରମାଗରମ ଚା’ କପେ ମିଳିଗଲେ ଦିନଟା ପୂରା ଫ୍ରେଶ ଲାଗେ। ଘରେ ନ ହେଲେ ବି ବାହାରେ ଦୋକାନରେ ଚା’ କପେ ପିଇବାକୁ ଭିଡ଼ ଲାଗେ। ସାଧାରଣତଃ ୫ରୁ ୧୦ ଟଙ୍କା ଭିତରେ ଚା’ କପେ ମିଳିଯାଏ। ବେଶି ହେଲେ ୨୦ରୁ ୩୦ ଟଙ୍କା ଭିତରେ ଇରାନୀ ଚା, ତନ୍ଦୁରୀ ଚା’ ଆଦି ଭଳିକି ଭଳି ଚା’ ମିଳିଯାଏ। ହେଲେ କେବେ ଶୁଣିଛନ୍ତି କପେ ଚା’ର ଦାମ୍ ହଜାରେ ଟଙ୍କା।
ଏହାପୁଣି କୌଣସି ଷ୍ଟାର ହୋଟେଲରେ ମିଳୁଥିବା ଚା’ ନୁହେଁ, ଏହି ଚା’ କଲିକତା ରାସ୍ତା କଡ଼ରେ ଥିବା ଏକ ଠେଲାରେ ବିକ୍ରି ହେଉଛି। ଏଭଳି ସ୍ପେଶାଲ ଚା’ ଏବେ ସୋଶାଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି।
କଲିକତାର ମୁକୁନ୍ଦପୁରରେ ଥିବା ଏକ ଠେଲାରେ ଏହି ଦାମୀ ଚା’ ମିଳୁଛି। ଏହି ଚା’ କପେ ପିଇବାକୁ ପକେଟରୁ ହଜାରେ ଟଙ୍କା ବାହାର କରିବାକୁ ପଡ଼ିବ। ଏହି ଷ୍ଟଲରେ ୧୦୦ ପ୍ରକାର ଚା’ ମିଳେ। ସେଥିରୁ ସର୍ବନିମ୍ନ ୧୨ ଟଙ୍କାରେ ବି ଚା’ ମିଳେ।
ତେବେ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କପେ ଚା’ ପିଇବାକୁ କ’ଣ ପାଇଁ ହଜାରେ ଟଙ୍କା ଗଣିବାକୁ ପଡ଼ିବ। ଏହି ଚା’ର ନାମ ହେଉଛି Bo Lay। ଏହି ଚା’ ପତ୍ର ଏତେ ମହଙ୍ଗା ଯେ ଏହାର କିଲୋ ପ୍ରତି ଦାମ ହେଉଛି ୩ ଲକ୍ଷ ଟଙ୍କା। ଚା’ ପତି ଏତେ ମହଙ୍ଗା, ତ ଚା’ ବି ମହଙ୍ଗା ହିଁ ହେବା ସ୍ୱାଭାବିକ।
ଏହି ଟି ଷ୍ଟଲର ନାମ ହେଉଛି ନିର୍ଜାଷ ଟି ଷ୍ଟଲ। ଏହାର ମାଲିକ ହେଉଛନ୍ତି ପ୍ରଥା ପ୍ରତିମ ଗାଙ୍ଗୁଲି। ପ୍ରଥା ପ୍ରତିମ ପ୍ରଥମେ ଚାକିରି ହେଉଥିଲେ। ହେଲେ ଚା’ ପ୍ରିୟ ଥିବାରୁ ସେ ବିଭିନ୍ନ ଚା’ ସ୍ୱାଦ ଚାଖୁଥିଲେ। ଏହାପରେ ୨୦୧୪ ମସିହାରେ ସେ ଏହାକୁ ଜୀବିକା ରୂପେ ବାଛିବାକୁ ସ୍ଥିର କରି ଏକ ଷ୍ଟଲ ଖୋଲିଲେ। ଏହାଦ୍ୱାରା ଚା’ ପ୍ରିୟ ଲୋକ ଏକ ଷ୍ଟଲରେ ବହୁ ପ୍ରକାର ଚା’ର ସ୍ୱାଦ ଚାଖିପାରିବେ ଭାବି ସେ ଏହାକୁ ଖୋଲିଲେ।
ଏବେ ପ୍ରଥା ପ୍ରତିମଙ୍କ ଚା’ ବେଶ୍ ଲୋପ୍ରିୟ ହୋଇ ସାରିଥିବା ବେଳେ ଏଠାରେ ବହୁ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳୁଛି।
The post କପେ ଚା’ ର ଦାମ୍ ହଜାରେ, ଜାଣନ୍ତୁ କ’ଣ ଅଛି ସ୍ୱତନ୍ତ୍ରତା appeared first on Odisha Reporter.
from Odisha Reporter https://ift.tt/3c9e6Kt
No comments:
Post a Comment