ଇସଲାମାବାଦ: ସେଲୁନରେ ଚୁଟି କାଟୁଥିବା ସମୟରେ ଜଣେ ସାମ୍ବାଦିକଙ୍କୁ ଗୁଳିମାଡ ହୋଇଛି। କାର୍ରେ ତିନି ଜଣ ଦୁର୍ବୃତ୍ତ ଆସି ଦୋକାନ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଫଳରେ ଘଟଣାସ୍ଥଳରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପାକିସ୍ତାନର ସିନ୍ଧ ଅଞ୍ଚଳରେ।
ଥମୁନି ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର। ସେଠାକାର ଜଣେ ହିନ୍ଦୁ ସାମ୍ବାଦିକ ଅଜୟ ଲାଲବାନୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ଶନିବାର ଦିନ ୩୧ ବର୍ଷୀୟ ଅଜୟ ଲାଲବାନୀ ସକ୍କୁର ସହରରେ ଥିବା ଏକ ସେଲୁନକୁ ଚୁଟି କାଟିବା ପାଇଁ ଯାଇଥିଲେ। ଏତିକି ବେଳେ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ପରେ ସାମ୍ବାଦିକ ଅଜୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ପେଟ, ମୁଣ୍ଡ ଏବଂ ହାତରେ ଗୁଳି ବାଜି ଥିବା ଯୋଗୁଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।
ରିପୋର୍ଟ ମୁତାବକ, ଅଜୟ ଲାଲବାନୀ ପାକିସ୍ତାନର ଏକ ସ୍ଥାନୀୟ ଚ୍ୟାନେଲ ଏବଂ ଉର୍ଦ୍ଦୁ ଖବର କାଗଜ ‘ଡେଲି ପୁଚାନୋ’ରେ ସାମ୍ବାଦିକ ଥିଲେ। ଏହି ମାମଲରେ ଅଜୟ ଲାଲବାନୀଙ୍କ ବାପା ଦିଲୀପ କୁମାର କହିଛନ୍ତି ଯେ, ତାଙ୍କ ପରିବାରର କାହା ସହ ଶତ୍ରୁତା ନଥିଲା। କିନ୍ତୁ ସେଠାକାର ସ୍ଥାନୀୟ ପୁଲିସ ତାଙ୍କର ଏହି ଦାବିକୁ ଖଣ୍ଡନ କରିଛି। ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା କହିଛି।
ଏହି ଘଟଣା ପରେ ପୁଲିସ ତିନି ଜଣ ଅଜ୍ଞାତ ଅପରାଧିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ହିନ୍ଦୁ ସାମ୍ବାଦିକଙ୍କ ଜଣଙ୍କୁ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଅନ୍ୟପକ୍ଷରେ ହିନ୍ଦୁ ସାମ୍ବାଦିକ ଅଜୟଙ୍କ ହତ୍ୟାକୁ ନେଇ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ନିନ୍ଦା କରାଯାଇଛି। ସେଠାକାର ହିନ୍ଦୁ ବିଧାୟକ ଲାଲଚନ୍ଦ ମଲ୍ହି କହିଛନ୍ତି, ଏହା ବେଶ୍ ଚିନ୍ତାଜନକ ଘଟଣା। ସାମ୍ବାଦିକ ସଙ୍ଗଠନ ମଧ୍ୟ ଲାଲବାନୀଙ୍କ ହତ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିଛି।
The post ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3c7Vqw6
No comments:
Post a Comment