ମୁମ୍ବାଇ: ଚର୍ଚ୍ଚାରେ ବଲିଡର ଦବଙ୍ଗ ଖାନ ତଥା ସୁପରଷ୍ଟାର ସଲମାନ ଖାନଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ। ୯୦ ଦଶକର ହଟ୍ ଅଭିନେତ୍ରୀ ସୋମି ଅଲ୍ଲି ନିକଟରେ ଏକ ବଡ ଖୁଳାସା କରିଛନ୍ତି, ଯାହା ସମସ୍ତଙ୍କ ଚକିତ କରିଦେଇଛି। ସେ ୩ଥର ଯୌନ ଶୋଷଣର ଶିକାର ହୋଇଥିବା ନେଇ ଏକ ଟିଭି ସାକ୍ଷାତକାର୍ରେ କହିଛନ୍ତି।
୯୦ ଦଶକରେ ବଲିଉଡରେ କାମ କରିଥିବା ପାକିସ୍ତାନ ଅଭିନେତ୍ରୀ ସୋମି ଅଲ୍ଲିଙ୍କୁ ପିଲା ଦିନେ ଦୁଷ୍କର୍ମର ଶିକାର ହେବାକୁ ପଡିଛି । ଏଥିସହ ତାଙ୍କର ଶୋଷଣ ମଧ୍ୟ କରାଯାଇଥିବା ନେଇ ସେ ଖୁଲାସା କରିଛନ୍ତି। ଏହି କଥାକୁ କାହା ଆଗରେ ନକହିବାକୁ ତାଙ୍କ ବାପା-ମାଆ ତାଙ୍କୁ ମନା କରିଥିଲେ। ଏଥିପାଇଁ ଦୀର୍ଘ ଦିନ ହେବ ସେ ଏହାକୁ ନିଜ ଭିତରେ ଚାପି ରଖିଥିଲେ ବୋଲି ସଲମାନଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମି ଦୁଷ୍କର୍ମ ପୀଡିତାଙ୍କ ପାଇଁ ଏକ ଏନ୍ଜିଓ ଚଲାନ୍ତି। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ଜୀବନରେ ଘଟିଥିବା ଏହି ବଡ ଦୁର୍ଘଟଣାକୁ ସେ ଆଉ ଲୁଚାଇ ରଖିପାରିଲେ ନାହିଁ। ଶେଷରେ ସେ ପୁରା ଦୁନିଆ ଆଗରେ ନିଜର ଯନ୍ତ୍ରଣାକୁ ବଖାଣିବାକୁ ବାଧ୍ୟ ହୋଇଛନ୍ତି।
ସେ କହିଛନ୍ତି, ଯେତେବେଳେ ପାକିସ୍ତାନରେ ତାଙ୍କର ପ୍ରଥମଥର ଶୋଷଣ ହୋଇଥିଲା, ସେତେବେଳେ ସେ ମାତ୍ର ୫ ବର୍ଷ ବୟସର ଥିଲେ। ସର୍ଭେଣ୍ଟ କ୍ୱାର୍ଟରରେ ୩ ଥର ତାଙ୍କ ସହ ଏଭଳି ଘଟଣା ଘଟିଥିଲା। ସେ ଏନେଇ ତାଙ୍କ ବାପା-ମାଆଙ୍କୁ ମଧ୍ୟ ଜଣାଇଥିଲେ। ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣା କରାଯାଇଥିଲା ଏବଂ ବାପା-ମାଆ ଏନେଇ କାହାକୁ ନ କହିବା ପାଇଁ ତାଙ୍କୁ କହିଥିଲେ। ତେବେ ଏତିକିରେ ତାଙ୍କ ଯନ୍ତ୍ରଣା କମି ନଥିଲା, ଏଭଳି ଘଟଣା ପୁଣି ଥରେ ତାଙ୍କ ସହ ଘଟିଥିଲା। ଯେତେବେଳେ ସେ ୯ ବର୍ଷ ଏବଂ ୧୪ ବର୍ଷର ଥିଲେ ସେତେବେଳେ ମଧ୍ୟ ତାଙ୍କୁ ଶୋଷଣର ଶିକାର ହେବାକୁ ପଡିଥିଲା ବୋଲି କହିଛନ୍ତି। ସୋମିଙ୍କ ଏହି ଖୁଲାସା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ତାଙ୍କ ପ୍ରଶଂସକମାନେ ଏହି ଖବର ଶୁଣି ଦୁଃଖିତ ହୋଇପଡିଛନ୍ତି।
ମିଡିଆ ରିପୋର୍ଟ ମୁତାବକ, ସୋମି ଏବଂ ସଲମାନ ଖାନଙ୍କ ମଧ୍ୟ ୮ ବର୍ଷ ଯାଏଁ ପ୍ରେମ ସମ୍ପର୍କ ଥିଲା । ଏପରିକି ସୋମି ଏବଂ ସଲମାନଙ୍କ ବିବାହ ଯାଏଁ ମଧ୍ୟ କଥା ପହଞ୍ଚି ଯାଇଥିଲା। ସେତେବଳେ ବି-ଟାଉନରେ ଦୁହେଁ ଚର୍ଚ୍ଚାରେ ରହୁଥିଲେ। କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଏହି ଦୁଃଖରେ ସୋମି ଭଙ୍ଗିପଡି ବଲିଉଡ ଠାରୁ ଦୂରେଇ ଯାଇଥିଲେ। ଏବେ ସୋମି ଲାଇମ୍ ଲାଇଟ୍ରୁ ଦୂରେଇ ରହି ଏକ ଏନ୍ଜିଓ ଚଳାଉଛନ୍ତି ଏବଂ ଦୁଷ୍କର୍ମ ପୀଡିତାଙ୍କୁ ସହାୟତା କରୁଛନ୍ତି।
The post ସଲମାନଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କୁ ହୋଇଥିଲା ଯୌନ ଶୋଷଣ appeared first on Odisha Reporter.
from Odisha Reporter https://ift.tt/3tsmPib
No comments:
Post a Comment