ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକୁ ଅବମାନନା; BSE ପଦ୍ଧତି ଜାଣି ନାହାନ୍ତି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକୁ ଅବମାନନା; BSE ପଦ୍ଧତି ଜାଣି ନାହାନ୍ତି ଛାତ୍ରଛାତ୍ରୀ

ପୁରୀ(ଓଡ଼ିଶା ରିପୋର୍ଟର):ମାଧ୍ୟମିକ ଶିକ୍ଷା ପରିଷଦ(BSE) ଦ୍ୱାରା ଧାର୍ଯ୍ୟ ନୂଆ ପ୍ୟାଟର୍ଣ୍ଣ ଅନୁଯାୟୀ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେଉଛି ଗଣ ଶିକ୍ଷା ବିଭାଗ। ଏହାଦ୍ୱାରା ପିଲାମାନେ ପ୍ରଶ୍ନର ପାଟର୍ଣ୍ଣ ଜାଣିପାରିବେ। ଯାହାକୁ ତାଙ୍କୁ ପରୀକ୍ଷା ଦେବାରେ ସାହାଯ୍ୟ କରିବ। ଗଣଶିକ୍ଷା ବିଭାଗର କଡ଼ା ତାଗିଦ ସତ୍ତ୍ୱେ ଏହାକୁ ଅଣଦେଖା କରି ଚାଲିଛନ୍ତି ବହୁ ସ୍କୁଲ କର୍ତ୍ତୃପକ୍ଷ। ଆଜି ପୁରୀ ଜିଲ୍ଲା ଗସ୍ତ ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ ସମୟରେ ଏହି ଘଟଣାର ଖୁଲାସା ହୋଇଛି। ଏହାକୁ ନେଇ ମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିନା ନୋଟିସରେ ଅନୁପସ୍ଥିତ ଥିବା ପ୍ରଧାନଶିକ୍ଷୟିତ୍ରୀଙ୍କୁ ସୋ-କଜ ନୋଟିସ୍‌ ମାଗିଛନ୍ତି।

ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ(BSE) ଦ୍ୱାରା ଧାର୍ଯ୍ୟ ନୂଆ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯେଉଁ ସ୍କୁଲରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା ହୋଇନି, ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗଣଶିକ୍ଷା ମନ୍ତ୍ରୀ  ଅଚାନକ୍ ପୁରୀ ଜିଲ୍ଲା ସ୍କୁଲକୁ ପରିଦର୍ଶନ କରିଥିଲେ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ  BSE ପ୍ୟାଟର୍ଣ୍ଣ  ପରୀକ୍ଷା କ’ଣ ସେମାନେ ଜାଣି ନ ଥିବା କହିଥିଲେ। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ।   ଏହାବ୍ୟତୀତ ବିନା ଅନୁମତିରେ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ  ସୋ କଜ୍ ମାଗିଛନ୍ତି ମନ୍ତ୍ରୀ।

ଏନେଇ ମନ୍ତ୍ରୀ କହିଛନ୍ତି, “୩୦ ପ୍ରତିଶତ କୋର୍ସ କାଟିବା ସତ୍ତ୍ୱେ କେତେ ପ୍ରତିଶତ କୋର୍ସ ସରିଛି , ତାହା ଅନୁଧ୍ୟାନ କଲି। ପିଲାଙ୍କୁ ପରୀକ୍ଷାର ପାଟର୍ଣ୍ଣ ସମ୍ପର୍କରେ ଅବଗତ କରାଇବାକୁ  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରତି ମାସ ପରୀକ୍ଷା କରାଯାଉଛି। ଏହାଦ୍ୱାରା ପିଲାମାନେ ପ୍ରଶ୍ନର ପାଟର୍ଣ୍ଣ ଜାଣିପାରିବେ। ଯାହାକୁ ତାଙ୍କୁ ପରୀକ୍ଷା ଦେବାରେ ସାହାଯ୍ୟ କରିବେ। ଜାନୁଆରୀରେ, ଫେବୃୟାରୀରେ ପରୀକ୍ଷା ହୋଇଥିଲା। ମାର୍ଚ୍ଚରେ ହେବ।”

ଏହାବ୍ୟତୀତ ମନ୍ତ୍ରୀ କହିଛନ୍ତି, “ ସବୁ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏ ସର୍ମ୍ପରେ ଅବଗତ କରାଯିବା ସତ୍ତ୍ୱେ ପୁରୀ ଜିଲ୍ଲା ସ୍କୁଲରେ ଏହି ପରୀକ୍ଷା ହୋଇନାହିଁ।  । ଏହି ସ୍କୁଲର ଜାନୁଆରୀରେ, ଫେବୃୟାରୀରେ ମଧ୍ୟ ଏହି ପାଟର୍ଣ୍ଣରେ ପରୀକ୍ଷା ହୋଇ ନ ଥିଲା।  ସମସ୍ତ ଜିଲ୍ଲାର ଡିଇଓଙ୍କୁ ମଧ୍ୟ ମାର୍ଚ୍ଚ ମାସ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଏନେଇ ପୁରୀ ଜିଲ୍ଲା ଡିଇଓ କହିଛନ୍ତି, “ମନ୍ତ୍ରୀ ଦଶମ ପିଲାଙ୍କ ପାଖକୁ ଯାଇ କୋର୍ସ କେତେ ସରିଛି, ପଚାରିଲେ। ଏହି ସ୍କୁଲ ପିଲାଙ୍କୁ ଶିକ୍ଷକମାନେ ବୋର୍ଡର ନୂଆ ପାଟର୍ଣ୍ଣ ବିଷୟରେ ଅବଗତ  ନ ଥିବା ଜଣାପଡ଼ିଲା। କିନ୍ତୁ ଶିକ୍ଷକମାନେ ଉକ୍ତ  ୱେବସାଇଟରୁ ପ୍ରଶ୍ନ ଡାଉନଲୋଡ କରି ଜାନୁୟାରୀ, ଫେବୃୟାରୀରେ ୟୁନିଟ ଟେଷ୍ଟ କରିଛନ୍ତି। ହେଲେ ପିଲାମାନେ ସମ୍ପୃକ୍ତ ୱେବସାଇଟ ବିଷୟରେ ଅବଗତ ନ ଥିବା କହିଲେ।”

The post ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକୁ ଅବମାନନା; BSE ପଦ୍ଧତି ଜାଣି ନାହାନ୍ତି ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/30DdeIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages