କଂଗ୍ରେସ ପ୍ରଚାର ତାଲିକାରେ ବିଦ୍ରୋହୀ ଗୋଷ୍ଠୀର ମାତ୍ର ୨ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

କଂଗ୍ରେସ ପ୍ରଚାର ତାଲିକାରେ ବିଦ୍ରୋହୀ ଗୋଷ୍ଠୀର ମାତ୍ର ୨ ସଦସ୍ୟ

ନୂଆଦିଲ୍ଲୀ: ବେଙ୍ଗଲ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ କଂଗ୍ରେସ ୩୦ ଜଣିଆ ତାଲିକା ପ୍ରକାଶ କରିଛି। ତେବେ ଦଳର ନେତୃତ୍ୱ ଓ ସାଂଗଠିତ ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିବା ତଥାକଥିତ ‘ଜି-୨୩’ ବା ବିଦ୍ରୋହୀ ଗୋଷ୍ଠୀର ଅଧିକାଂଶ ସଦସ୍ୟଙ୍କ ନାଁ ଏଥିରେ ନାହିଁ। କେବଳ ୨ ଜଣ ନେତାଙ୍କୁ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାର ତାଲିକାରେ ସ୍ଥାନ ମିଳିଛି।

ଏହି ଜି-୨୩ରେ ଗୁଲାମ ନବୀ ଆଜାଦ, କପିଲ ଶିବଲ, ମନୀଷ ତିୱାରୀ ଓ ଆନନ୍ଦ ଶର୍ମାଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାଙ୍କ ନାଁ ରହିଛି। ହେଲେ ଏମାନଙ୍କୁ ଦଳର ହାଇକମାଣ୍ଡ ଷ୍ଟାର ପ୍ରଚାର ତାଲିକାରୁ ବାଦ ଦେଇଛନ୍ତି। ସେମାନେ ପ୍ରଚାର ପାଇଁ ରାଜି ଥିଲେ ହେଁ ସେମାନଙ୍କ ନାଁ ତାଲିକାରେ ନଥିବାରୁ ନୂଆ ବିବାଦର ଆଶଙ୍କା ପ୍ରକାଶ ପାଇଛି।

ଏହି ଜି-୨୩ ନେତା ଗତବର୍ଷ ଅଗଷ୍ଟ ମାସରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ପାଖକୁ ଚିଠି ଲେଖିଥିଲେ। ଏଥିରେ ସେମାନେ ସାଂଗଠନିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ। ସେହିପରି ଦଳକୁ ମଜଭୂତ କରିବା ପାଇଁ ଜମ୍ମୁ-କଶ୍ମୀରରେ ଗୁଲାମ ନବୀଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ମଧ୍ୟ ଆୟୋଜନ କରାଯାଇଥିଲା।

ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ଦେଖିବାକୁ ମିଳିଥିଲା। ଗତକାଲି କଂଗ୍ରେସ ଜାରି କରିଥିବା ୩୦ ଜଣିଆ ଷ୍ଟାର ପ୍ରଚାର ତାଲିକାରେ କେବଳ ଜି-୨୩ର ଜିତିନ ପ୍ରସାଦା ଓ ଅଖିଲେଶ ପ୍ରସାଦ ସିଂହଙ୍କ ନାଁ ରହିଛି। ପ୍ରସାଦା ପଶ୍ଚିମବଙ୍ଗର ଦଳୀୟ ବ୍ୟାପର ଇନ ଚାର୍ଜ ରହିଥିବା ବେଳେ ଅଖିଲେଶ ସିଂହ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି।

ଷ୍ଟାର ପ୍ରଚାରକ ତାଲିକାରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ବେଙ୍ଗଲ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ଓ ବରିଷ୍ଠ ନେତା ବିକେ ହରିପ୍ରସାଦ ପ୍ରମୁଖ ରହିଛନ୍ତି। ଏମାନଙ୍କ ବ୍ୟତୀତ ରଣଦୀପ ସୂର୍ଯ୍ୟେୱାଲା, ସଲମନ ଖୁର୍ସିଦ ଓ ନବଜୋତ ସିଂହ ସିଦ୍ଧୁ ପ୍ରମୁଖ ରହିଛନ୍ତି।

ନିକଟରେ ଗୁଲାମ ନବୀ ଆଜଦ ତାଙ୍କ ସହଯୋଗୀମାନଙ୍କ ସହ ମିଶି ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବାକୁ ରାଜି ଥିବା କହିଥିଲେ। ଦଳ କିମ୍ବା ପ୍ରାର୍ଥୀ ହୋଇଥିବା ସଦସ୍ୟମାନେ କହିବା ମାତ୍ରେ ସେ ପ୍ରଚାର ସ୍ଥଳରେ ପହଞ୍ଚିବେ ବୋଲି କହିଥିଲେ। ହେଲେ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିନାହିଁ। କଂଗ୍ରେସର ବିଜୟ ଓ ବିଜେପିର ପରାଜୟ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ବି ସେ କହିଥିଲେ।

The post କଂଗ୍ରେସ ପ୍ରଚାର ତାଲିକାରେ ବିଦ୍ରୋହୀ ଗୋଷ୍ଠୀର ମାତ୍ର ୨ ସଦସ୍ୟ appeared first on Odisha Reporter.



from Odisha Reporter https://ift.tt/30FBuKo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages