ମୁମ୍ବାଇ: ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍ରେ ଚାମ୍ପିୟନ କରାଇଥିବା କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଆଜି ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ କହିଛନ୍ତି। ସଚିନ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।
ସେ କହିଛନ୍ତି, “କରୋନାକୁ ଦୂରେଇ ରଖିବା ପାଇଁ ମୁଁ ସବୁ ପ୍ରକାରର ଟେଷ୍ଟିଂ ଓ ପଦକ୍ଷେପ ଆପଣାଇ ଚାଲିଛି। ତଥାପି ମୋ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋ ଶରୀରରେ ବହୁତ ସାମାନ୍ୟ ଲକ୍ଷଣ ଦେଖାଯାଇଛି। ଆମ ଘରର ବାକି ସମସ୍ତ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।
ମୁଁ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଘରେ କ୍ୱାରେଣ୍ଟାଇନରେ ରହିଛି। ଏଥିସହ ଡାକ୍ତର ଦେଇଥିବା ସମସ୍ତ ପରାମର୍ଶକୁ ମାନୁଛି। ମୋତେ ସହଯୋଗ କରୁଥିବା ଦେଶର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ।”
— Sachin Tendulkar (@sachin_rt) March 27, 2021
ସଚିନଙ୍କୁ ନିକଟରେ ରାୟପୁରରେ ଚାଲିଥିବା ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍ରେ ଦେଖାବାକୁ ମିଳିଥିଲା। କ୍ରିକେଟର ଭେଟରାନମାନଙ୍କୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଚାମ୍ପିୟନ ହୋଇଥିଲା। ଇଣ୍ଡିଆ ଲିଜେଣ୍ଡ୍ସର କମାଣ ସଚିନ ତେନ୍ଦୁଲକର ଧରିଥିଲେ। ଟୁର୍ଣ୍ଣାମେଣ୍ଟରେ ସଚିନଙ୍କ ବ୍ୟାଟରୁ ମଧ୍ୟ ରନ୍ ବର୍ଷା ହୋଇଥିଲା।
The post କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3cr8vAD
No comments:
Post a Comment