ରାଜଧାନୀରୁ ୩୨ ପଜିଟିଭ ଚିହ୍ନଟ, ଘାରୁଛି ଶିକ୍ଷାନୁଷ୍ଠାନ ଚିନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 29, 2021

ରାଜଧାନୀରୁ ୩୨ ପଜିଟିଭ ଚିହ୍ନଟ, ଘାରୁଛି ଶିକ୍ଷାନୁଷ୍ଠାନ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଏକ କରୋନା କୋପ ଆରମ୍ଭ ହୋଇଯାଇଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀ ଭୁବନେଶ୍ୱରର ଶିକ୍ଷାନୁଷ୍ଠାନରୁ ଚିହ୍ନଟ ହେଉଥିବାରୁ ଏହାକୁ ଆୟତ୍ତ କରିବା ଚିନ୍ତା ପ୍ରଶାସନକୁ ଘାରିଛି।

ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ କେବଳ ୩୨ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ମୈତ୍ରୀବିହାରସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟ୍‌ରୁ ସର୍ବାଧିକ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଅନ୍ୟ ଏକ ଘରୋଇ ସ୍କୁଲରୁ ୩ ଜଣ ଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ୍ ନିଜ ଘରେ ସଂଗରୋଧରେ ରହିଛନ୍ତି ।

ତେବେ ଆଲେନ୍ ଇନଷ୍ଟିଚ୍ୟୁଟର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ଚିନ୍ତା ବଢିଛି  । ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଗତକାଲି ପୁଣି ୭ ଜଣଙ୍କୁ ମିଶାଇ ଏହି ଶିକ୍ଷାନୁଷ୍ଠାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ  ଆଲେନ୍ ଇନଷ୍ଟିଚ୍ୟୁଟ୍‌ରୁ  ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍ କରି ଦେଇଥିଲା।

କୋଚିଂ ସେଣ୍ଟର ଏବଂ ଏହାର ହଷ୍ଟେଲ/ମେସ୍‌ ଭିତରକୁ କେହି ଯାଇପାରିବେ ନାହିଁ। ସେହିପରି ଏହା ଭିତରୁ କେହି ବାହାରି ପାରିବେ ନାହିଁ। କେବଳ ବିଏମ୍‌ସିର ସ୍ୱୀକୃତିପ୍ରାପ୍ତ କର୍ମଚାରୀ ଏହା ଭିତରକୁ ଯା’ଆସ କରିପାରିବେ ବୋଲି କଟକଣା ଜାରି କରାଯାଇଛି।

ଏହାବ୍ୟତୀତ ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ହଷ୍ଟେଲ୍‌/ମେସ୍‌ର ଗୋଟିଏ ରୁମ୍‌ରେ ଆଇସୋଲେସନ୍‌ କରି ରଖାଯିବ। ସେମାନଙ୍କ ଉପରେ ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ କଡ଼ା ନଜର ରଖିବେ। କୋଭିଡ୍ ନିୟମ ମାନି ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଥିଲା। ।

ପରବର୍ତ୍ତୀ ସମୟରେ ଯଦି ଅନ୍ୟ କୌଣସି ବିଦ୍ୟାର୍ଥୀ ବା କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବେ, ସେମାନଙ୍କୁ ମଧ୍ୟ ସେହି ହଷ୍ଟେଲ୍‌ ରୁମ୍‌ରେ ରଖାଯିବ। ପଜିଟିଭ୍ ଚିହ୍ନଟ ବିଦ୍ୟାର୍ଥୀ/କର୍ମଚାରୀଙ୍କ ବାଦ୍‌ ଅନ୍ୟମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ବିଏମ୍‌ସିକୁ ଜଣାଇବାକୁ ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପଜିଟିଭ୍‌ଙ୍କ ମଧ୍ୟରୁ କାହାକୁ ଡାକ୍ତରଖାନା ନେବା ଆବଶ୍ୟକ ପଡ଼ିଲେ କର୍ତ୍ତୃପକ୍ଷ ତୁରନ୍ତ ବିଏମ୍‌ସିକୁ ଅବଗତ କରାଇବେ ବୋଲି କୁହାଯାଇଛି।

ଏହାବ୍ୟତୀତ ଜଟଣୀ ନିକଟ ଅରୁଗୁଳରେ ଥିବା ଆଇଆଇଟିରେ ପଜିଟିଭ ସଂଖ୍ୟା ୧୦ରେ ପହଞ୍ଚିଛି। ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଘରୋଇ ମ୍ୟାନ୍‌ଜେମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଶିକ୍ଷାନୁଷ୍ଠାନରେ ଏବେ କରୋନା ପଶି ସାରିଥିବା ବେଳେ ସ୍ଥିତିକୁ କିପରି ନିୟନ୍ତ୍ରଣ କରିବ ତାହା ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

The post ରାଜଧାନୀରୁ ୩୨ ପଜିଟିଭ ଚିହ୍ନଟ, ଘାରୁଛି ଶିକ୍ଷାନୁଷ୍ଠାନ ଚିନ୍ତା appeared first on Odisha Reporter.



from Odisha Reporter https://ift.tt/31t5mtV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages