ହୋଲିରେ ହିଂସା: ପୁଲିସ ଉପରକୁ ଖଣ୍ଡାରେ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 29, 2021

ହୋଲିରେ ହିଂସା: ପୁଲିସ ଉପରକୁ ଖଣ୍ଡାରେ ଆକ୍ରମଣ

ମହାରାଷ୍ଟ୍ର: ହୋଲି ଶୋଭାଯାତ୍ରାକୁ ବାରଣ କରିବା ପୁଲିସ କର୍ମୀଙ୍କୁ ମହଙ୍ଗା ପଡିଛି। ୩୦୦ରୁ ଅଧିକ ଲୋକ ଖଣ୍ଡାରେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ପୁଲିସ କର୍ମୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାନ୍ଦେଡ ଅଞ୍ଚଳରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

କରୋନା ମହାମାରୀ ଲାଗି ହୋଲି ଶୋଭାଯାତ୍ରା ଉପରେ ମହାରାଷ୍ଟ୍ର ପୁଲିସ କଟକଣା ଲଗାଇଥିଲା। କିନ୍ତୁ ଶିଖ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିଥିଲେ। ପରେ ହିଂସା ଉପୁଜିଥିଲା। ଶତାଧିକ ଲୋକେ ଏକାଠି ହୋଇ ଖଣ୍ଡା ଧରି ଗୁରୁଦ୍ୱାରା ଭିତରୁ ବାହାରି ବ୍ୟାରିକେଡ୍ ଭାଙ୍ଗିବା ସହ ପୁଲସ ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ସେପଟେ ହିଂସାରେ ଅନେକ ବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ନାନ୍ଦେଡ ରେଞ୍ଜର ପୁଲିସ ଡିଆଇଜିଙ୍କ କହିବା ମୁତାବକ,ସୋମବାର ଦିନ ମହାମାରୀ ଯୋଗୁଁ ଶିଖ ସମ୍ପ୍ରଦାୟର ‘ହୋଲା ମୋହଲ୍’‌ ଶୋଭାଯାତ୍ରାକୁ ଅନୁମତି ଦିଆଯାଇନଥିଲା। ଗୁରୁଦ୍ୱାରା କମିଟିକୁ ମଧ୍ୟ ଏନେଇ ସୂଚିତ କରାଯାଇଥିଲା। କମିଟି ପୁଲିସର ନିର୍ଦ୍ଦେଶକୁ ପାଳନ କରିବା ନେଇ ଆଶ୍ୱସ୍ତ କରିଥିଲେ ଏବଂ ଗୁରୁଦ୍ୱାରା ଭିତରେ ହିଁ ଏହାକୁ ପାଳନ କରିବା ପାଇଁ କହିଥିଲେ। କିନ୍ତୁ ସନ୍ଧ୍ୟାରେ ଯେତେବେଳେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ସେତେବେଳେ ଅନେକ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦେଖୁଦେଖୁ ୩୦୦ରୁ ଅଧିକ ଯୁବକ ଗୁରୁଦ୍ୱାରା ଭିତରୁ ବାହାରକୁ ଚାଲିଆସି ଭଙ୍ଗାରୁଜା କରିଥିଲେ। ଏଥିସହ ଖଣ୍ଡାରେ ପୁଲିସ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ।

ଏହି ହିଂସା ପୁଲିର ୬ଟି ଗାଡି କ୍ଷତିଗ୍ରସ୍ତ ହୋଇଛି।  ୪ ଗୁରୁତରଙ୍କ ମଧ୍ୟରୁ ଜଣେ କନଷ୍ଟେବଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପୁଲିସ ସୂଚନା ଦେଇଛି। ସେପଟେ ଏହି ହିଂସା ମାମଲାରେ୨୦୦ ବ୍ୟକ୍ତିଙ୍କ ବିରୋଧରେ ମାଲମା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

The post ହୋଲିରେ ହିଂସା: ପୁଲିସ ଉପରକୁ ଖଣ୍ଡାରେ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/3cyjnNa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages