ଆଜି ବି ଘନ କୁହୁଡି, ଦିଶୁନି ମୁହଁକୁ ମୁହଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ଆଜି ବି ଘନ କୁହୁଡି, ଦିଶୁନି ମୁହଁକୁ ମୁହଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଶୁନି ମୁହଁକୁ ମୁହଁ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି। ଗତ ସପ୍ତାହକ ଧରି ଅସହ୍ୟ ତାତି ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଆଜି ବି ଘନ କୁହୁଡ଼ି ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି।  ମୁହଁକୁ ମୁହଁ ଦିଶୁନି ୧୦ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖାଯାଉନି।  ଫଳରେ ଗାଡିମଟର ଚଳାଚଳରେ ବାଧା ଉପୁଜିଛି।

ଗତକାଲି ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଥିଲା। ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡି ଛାଇ ଯାଇଥିଲା। ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନଥିଲା। ଗାଡିମଟର ଚଳାଚଳରେ ବାଧା ଉପୁଜିଥିଲା। କୁହୁଡି ଯୋଗୁଁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖାଦେବା ସହ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା।

The post ଆଜି ବି ଘନ କୁହୁଡି, ଦିଶୁନି ମୁହଁକୁ ମୁହଁ appeared first on Odisha Reporter.



from Odisha Reporter https://ift.tt/3kG6l2G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages